ଓଡିଆନ୍ ନ୍ୟୁଜ

179

ପଶ୍ଚିମବଙ୍ଗ ମୁହାଁ ହୋଇଛି ତିତଲି

Team Odian News |

ପଶ୍ଚିମବଙ୍ଗ ମୁହାଁ ହୋଇଛି  ତିତଲି

ଭୁବନେଶ୍ୱର,୧୧/୧୦(ଓଡ଼ିଆନ୍ ନ୍ୟୁଜ୍): ଆଜି ସକାଳେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ତିତଲି। ଗୋପାଳପୁରରୁ ପଶ୍ଚିମବଙ୍ଗ ମୁହାଁ ହୋଇଛି  ତିତଲି । ପଲାସା ଓ ଶ୍ରୀକାକୁଲମ ଦେଇ ଗତି କରିଛି  । ଭୋର୍ ୪ଟା ୩୦ରୁ ୫ଟା ୩୦ ସମୟରେ ଏହା ସ୍ଥଳଭାଗ ଛୁଆଁଇବା  ସମୟରେ ୧୪୦ରୁ ୧୫୦ ଓ ସର୍ବାଧିକ ୧୬୫କିଲୋମିଟର ପବନର ବେଗ ରହିଥିଲା ।  ଗୋପାଳପୁରରେ ସର୍ବାଧିକ ୧୨୬କିଲୋମିଟର ପବନର ବେଗ ରହିଥିଲା । .ଏବେ ତିତଲି ପ୍ରଭାବରେ ଗୋପାଳପୁରରେ ୧୦୨କିଲୋମିଟର ବେଗରେ ପବନ ବୋହୁଛି । ଏହା ସହ ଘଂଟାପ୍ରତି ୧୯କିଲୋମିଟର ବେଗରେ ଏହା ଗତି କରୁଛି । ତେବେ ଦିନ ସାଢେ ୧୧ଟା ସୁଦ୍ଧା ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ ତିତଲି। ଏବଂ ଅପରାହ୍ନରେ ୬୦ରୁ ୭୦କିଲୋମିଟର ରହିବ ପବନର ଗତି । ଏହାର ପ୍ରଭାବରେ ଉପକୂଳବର୍ତୀ ଅଂଚଳରେ ଜାରି ରହିବ ବର୍ଷା । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୩ତାରିଖ ବେଳକୁ ଓଡ଼ିଶାରେ ସ୍ୱାଭାବିକ ହେବ ପାଣିପାଗ ।