ଓଡିଆନ୍ ନ୍ୟୁଜ

174

କାର୍ତ୍ତି ଚିଦାମ୍ବରମଙ୍କ ୫୪କୋଟିର ସମ୍ପତ୍ତି ବାଜ୍ୟାପ୍ତ

Team Odian News |

କାର୍ତ୍ତି ଚିଦାମ୍ବରମଙ୍କ ୫୪କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୧୧/୧୦(ଓଡ଼ିଆନ୍ ନ୍ୟୁଜ୍): ଆଇଏନଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ୫୪କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ବ୍ୟାଜାପ୍ତ ସମ୍ପତ୍ତି ତାଲିକାରେ କିଛି ଭାରତରେ ରହିଥିବାବେଳେ କିଛି ବିଦେଶ.ରେ ମଧ୍ୟ ରହିଛି। କାର୍ତ୍ତିଙ୍କ ନୂଆଦିଲ୍ଲୀ ସ୍ଥିତ ଜୋରବାଗ୍‍, ଉଟି, କୋଡାଇକେନାଲର ବହୁତଳ ପ୍ରସାଦ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି। କାର୍ତ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟାକୁ ପ୍ରାକ୍ତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଅଦ୍ଭୁତ ଓ ଉଦ୍ଭଟ ନୀତି ବୋଲି ମନ୍ତବ୍ୟ ଦେଇଛନ୍ତି। କାର୍ତ୍ତିଙ୍କ ସମ୍ପତ୍ତିକୁ ତରବରିଆ ଭାବେ ବାଜ୍ୟାପ୍ତ କରାଯାଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରି ଚିଦାମ୍ବରମ୍‍ ଟ୍ୱିଟ୍‍ କରିଛନ୍ତି। ଖୁବ୍‍ ଶୀଘ୍ର ଏଭଳି ପ୍ରକ୍ରିୟା ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବେ ଚିଦାମ୍ବରମ ପରିବାର।