ଓଡିଆନ୍ ନ୍ୟୁଜ

158

ଗଙ୍ଗା ସ୍ୱଚ୍ଛତା ପାଇଁ ୧୧୧ ଦିନର ଅନଶନ ପରେ ନିରବିଗଲେ ଜି.ଡି ଅଗ୍ରୱାଲ

Team Odian News |

ଗଙ୍ଗା ସ୍ୱଚ୍ଛତା ପାଇଁ ୧୧୧ ଦିନର ଅନଶନ ପରେ ନିରବିଗଲେ ଜି.ଡି ଅଗ୍ରୱାଲ

ନୂଆଦିଲ୍ଲୀ,୧୧/୧୦(ଓଡ଼ିଆନ୍ ନ୍ୟୁଜ୍):  ଗଙ୍ଗା ନଦୀ ଖନନ ବନ୍ଦ ଓ ଗଙ୍ଗାକୁ ସ୍ୱଚ୍ଛ କରିବା ଦାବିରେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇଥିବା ପରିବେଶବିତ୍‍ ପ୍ରଧ୍ୟାପକ ଜି.ଡି ଅଗ୍ରୱାଲ ଓରଫ ସ୍ୱାମୀ ଜ୍ଞାନସ୍ବରୁପ ସାନନ୍ଦ ଗୁରୁବାର ସବୁଦିନ ପାଇଁ ନିରବି ଯାଇଛନ୍ତି। ଦୀର୍ଘ ୧୧୧ ଦିନର ଅନଶନ ପରେ ଗୁରୁବାର ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ନିଜ ମାତ୍ରୀ ସଦନ ଆଶ୍ରମରେ ଅନଶନ ଜାରି ରଖିଥିଲେ। ବୁଧବାର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି  ପ୍ରାୟ ୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ରକ୍ତରେ ପୋଟାସିୟମ ବହୁ ମାତ୍ରାରେ କମ୍‍ ହୋଇଯାଇଥିଲା ଓ ସେ ମୁଖରେ ପୋଟାସିୟମ ଗ୍ରହଣ କରୁଥିଲେ ବୋଲି ନିଜ୍‍ ଡାଏରୀରେ ଉଲ୍ଲେଖ କରିଛନ୍ତି।
.