ଓଡିଆନ୍ ନ୍ୟୁଜ

202

ରିଲିଫ୍ ଓ ପୁନରୁଦ୍ଧାର ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ

Team Odian News |

ରିଲିଫ୍ ଓ ପୁନରୁଦ୍ଧାର ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ 

ଭୁବନେଶ୍ୱର,୧୨/୧୦(ଓଡ଼ିଆନ୍ ନ୍ୟୁଜ୍): ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ରାଜ୍ୟର ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷା ଓ ବନ୍ୟା ଯୋଗୁଁ  ଅଧିକ  କ୍ଷତିଗ୍ରସ୍ତ ହୋଇଛି । ଏହି ତିନଟି ଜିଲ୍ଲାରେ  ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ତିନି ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସାମିଲ କରାଯାଇଛି।  ଶ୍ରୀ ମହାନ୍ତି ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଏହି ଜିଲ୍ଲା ଗୁଡିକୁ ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ଏହି ତିନି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସରକାର କିଛି ବିଭାଗର ପୂଜା ଛୁଟି ବାତିଲ କରିଛନ୍ତି ।