ଓଡିଆନ୍ ନ୍ୟୁଜ

133

‘ମି ଠୁ’ ଅଭିଯାନ ମାମଲାଗୁଡ଼ିକର ତଦନ୍ତ କରିବେ ସରକାର

Team Odian News |

‘ମି ଠୁ’ ଅଭିଯାନ ମାମଲାଗୁଡ଼ିକର ତଦନ୍ତ କରିବେ ସରକାର

ନୂଆଦିଲ୍ଲୀ,୧୨/୧୦(ଓଡ଼ିଆନ୍ ନ୍ୟୁଜ୍):  ଯୌନ ଶୋଷଣ ବିରୋଧରେ ସୋସିଆଲ ମିଡିଆରେ ଯୋର ଧରିଥିବା ‘ମି ଠୁ’ ଅଭିଯାନରେ ସାମ୍ନାକୁ ଆସିଥିବା ଅଭିଯୋଗ ଓ ମାମଲା ଗୁଡ଼ିକର ତଦନ୍ତ କରିବେ ସରକାର । ଏଥି ପାଇଁ କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ୪ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ । ଆଜି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏହି ସୂଚନା ଦେଇଛନ୍ତି। ମେନକା କହିଛନ୍ତି ଯେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ଖୁବଶୀଘ୍ର ସେ କମିଟି ଗଠନର ପ୍ରସ୍ତାବ ମନ୍ତ୍ରିମଣ୍ଡଳ ଆଗରେ ରଖିବେ। ତେବେ ଏହି କମିଟିର ଅଧ୍ୟକ୍ଷତା କିଏ କରିବେ ଓ କେଉଁମାନେ ସଦସ୍ୟ ରହିବେ ତାହା ମେନକା ପ୍ରକାଶ କରିନାହାନ୍ତି। ଏହି ଅଭିଯାନ ପ୍ରଥମେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କଠାରୁ ଆରମ୍ଭ ହୋଇଥିଲା  ସେ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ଅସଦାଚରଣ  ଅଭିଯୋଗ ଆଣିଛନ୍ତି ।