ଓଡିଆନ୍ ନ୍ୟୁଜ

173

ରାଜସ୍ଥାନରେ ‘ଜିକା’ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି

Team Odian News |

ରାଜସ୍ଥାନରେ ‘ଜିକା’ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି 

ଜୟପୁର,୧୩/୧୦(ଓଡ଼ିଆନ୍ ନ୍ୟୁଜ୍):  ରାଜସ୍ଥାନ ଜୟପୁର ଜିଲାରେ ‘ଜିକା’ ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ଏବେ ରୋଗୀ ସଂଖ୍ୟା ୫୦ରେ ପହଞ୍ଚିଛି।  ‘ଜିକା’ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତାର ବିଷୟ ପାଲଟିଛି । ରାଜସ୍ଥାନ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କୁହାଯାଇଛି ଯେ ଜୟପୁରରେ ଆଉ ୧୮ ଜଣ ଲୋକଙ୍କ ରକ୍ତ ନମୁନାରେ ‘ଜିକା’ ଭୂତାଣୁ ଥିବା ଚିହ୍ନଟ ହୋଇଛି। ଜୟପୁର ଶାସ୍ତ୍ରୀ ନଗରରେ ୧୦ ଜଣ ‘ଜିକା’ ସଂକ୍ରମିତ ରୋଗୀଙ୍କୁ ଚହ୍ନଟ କରାଯାଇଛି। ସେପ୍ଟେମ୍ବର ୨୨ରେ ଜୟପୁରରେ ପ୍ରଥମ ‘ଜିକା’ ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଥିଲା। ଏହାପରଠାରୁ ସଂଖ୍ୟା ବଢି ଚାଲିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର’ରେ ଏକ କଣ୍ଟ୍ରୋଲ ରୁମ୍‍ ଖୋଲା ଯାଇଛି। ସେଠାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୁରୁଷ ଏଡିସ୍‍ ମଶା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ପୁରୁଷ ଏଡିସ୍‍ ମଶା କାମୁଡ଼ିଲେ ଚିକୁନଗୁନିଆ ଓ ଡେଙ୍ଗୁ ରୋକ ହୋଇଥାଏ। ଜିକା ଭୂତାଣୁ ସଂକ୍ରମିତ ରୋଗୀଙ୍କଠାରେ ଜ୍ୱର, ତ୍ୱଚାରେ ଲାଲ୍‍ ଦାଗ, ଆଖି କୁଣ୍ଡାଇହେବା, ମାଂସପେଶୀ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ହେବା ଆଦି ଲକ୍ଷଣ ଦେଖାଯାଏ। ଜିକା ଭୂତାଣୁର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ଔଷଧ ପ୍ରସ୍ତୁୁତ ହୋଇନାହିଁ।