ଓଡିଆନ୍ ନ୍ୟୁଜ

177

ସତ ହେଲା ମନମୋହନଙ୍କ ସତର୍କ ବାଣୀ

Team Odian News |

ସତ ହେଲା ମନମୋହନଙ୍କ ସତର୍କ ବାଣୀ
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): କଳାଧନକୁ ଦେଶରୁ ହଟେଇବା ପାଇଁ ଗତ ବର୍ଷ ନଭେମ୍ବର ମାସ ୮ତାରିଖ ଦିନ ୫୦୦ ଟଙ୍କା ଓ ୧୦୦୦ଟଙ୍କିଆ ନୋଟ ଅଚଳ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନ ମନ୍ତ୍ରୀଙ୍କ ର ଏହି ହଠାତିଆ ପଦକ୍ଷେପ ଅନେକ ଲୋକଙ୍କୁ ଅସୁବିଧାର ପାକାଇଥିବାରୁ ଅନେକ ଏହାକୁ ନିନ୍ଦା କରିଥିଲେ   । ହେଲେ ଆଉ କେତେକ ଲୋକ ଏହାକୁ ପ୍ରଶଂସା ମଧ୍ୟ କରିଥିଲେ । ହେଲେ ବିମୁଦ୍ରିକରଣର ଦୁଇ ସପ୍ତାହ ପରେ ଅର୍ଥାତ ନଭେମ୍ବର ୨୪ ତାରିଖରେ  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟସଭାରେ ତାଙ୍କ ବକ୍ତବ୍ୟ ରଖିଥିଲେ କହିଥିଲେ ବିମୁଦ୍ରିକରଣ ହେଉଛି ଲୋକଙ୍କ ସମ୍ପତ୍ତିର ସଂଗଠିତ ଲୁଟ୍ ଏବଂ ସଂଘାତିକ ପରିଚାଳନାଗତ ବିଫଳତା ବୋଲି କହିଥିଲେ ।ଏହାସହ ବିମୁଦ୍ରିକରଣ ପାଇଁ ଭାରତର ଜିଡ଼ିପି ୨ପ୍ରତିଶତ କମିଯିବ ବୋଲି ସେ ସତର୍କ କରାଇ ଦେଇଥିଲେ । ତାଙ୍କର ଏହି ଆକଳନ ଉଣାକି ଅଧିକ ହେବନାହିଁ ବୋଲି ମଧ୍ୟ ସେ କହିଥିଲେ । ହେଲେ ସେହି ସମୟରେ ଶାସକ ଦଳର ସଦସ୍ୟମାନେ ତାଙ୍କର ଏହି କଥାକୁ ହସରେ ଉଡ଼େଇ ଦେଇଥିଲେ । ହେଲେ ମନମୋହନଙ୍କ ସେହି କଥା ଏବେ ସତ ହୋଇଛି । ଆଉ ସେତେବେଳେ ହସରେ ଉଡ଼ଉଥିବା ଲୋକ ବର୍ତ୍ତମାନ ହାସ୍ୟର କାରଣ ପାଲଟିଛନ୍ତି । ମନମୋହନଙ୍କ ବକ୍ତବ୍ୟ ଉପରେ ମତ ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲ କହିଥିଲେ ଯେ ଦୀର୍ଘ ମିଆଦିରେ ଜିଡ଼ିପି ଉପରେ ବିମୁଦ୍ରିକରଣର ଅନୁକୂଳ ପ୍ରଭାବ ପଡ଼ିବ । ବିମୁଦ୍ରିକରଣର ତୁରନ୍ତ ପ୍ରଭାବକୁ ନ ଦେଖି ଦୀର୍ଘ ମିଆଦି ପ୍ରଭାବ କଣ ରହିବ ତାହା ଯେ କୌଣସି ଅର୍ଥନୀତିଜ୍ଞଙ୍କ ପାଇଁ ବିଜ୍ଞତାର ପରିଚାୟକ ହେବ ବୋଲି ଜେଟ୍ଲ କହିଥିଲେ । ଏହାର ପ୍ରତ୍ୟୁତ୍ତରରେ ମନମୋହନ ବିଶିଷ୍ଟ ଅର୍ଥନୀତିଜ୍ଞ ଜନ୍ ମନାର୍ଡ଼ କିନ୍ସଙ୍କ ପ୍ରଶିଦ୍ଧ ଉକ୍ତିକୁ ଉଦ୍ଧାର କରି କହିଥିଲେ କିନ୍ସଙ୍କ ଅନୁଯାୟୀ ଦୀର୍ଘ ଅବଧିରେ ଆମେ ସମସ୍ତେ ମୃତ । କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ ଚଳିତ ଆର୍ଥୀକ ବର୍ଷ ଏପ୍ରିଲ-ଜୁନରେ ପ୍ରକାଶ ପାଇଥିବା ଅର୍ଥନୈତିକ ଅବିବୃଦ୍ଧି ରିପୋର୍ଟରେ ଜିଡ଼ିପି ୫.୭କୁ ଖସି ଆସିଛି । ଗତ ବର୍ଷ ଏହାର ଅନୁପାତ ୭.୯ ରହିଥିଲା । ଫଳରେ ମନମୋହନଙ୍କ ଅନୁମାନ ସତ ହେବା ସହିତ ଜିଡ଼ିପି ହାର୨.୨ ପ୍ରତିଶତ କମିଯାଇଛି । ମନମୋହନ ଆହୁରୀ ମଧ୍ୟ କହିଥିଲେ ଯେ ବିମୁଦ୍ରିକରଣ କୃଷି, କ୍ଷୁଦ୍ର ଶିଳ୍ପ ଓ ଅଣସାଙ୍ଗଠିକ ସଂସ୍ଥା ଉପରେ ପ୍ରଭାବ ପକାଇବ । ଏହାସହ ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ସବୁଠିକ କରିବା ପାଇଁ ୫୦ ଦିନର ସମୟ ମାଗିଛନ୍ତି । ହେଲେ ଜଣେ ଦିନମଜୁରିଆ ପାଇଁ ଏହି ୫୦ ଦିନ ଗୋଟିଏ ଦିର୍ଘ ସମୟ ଅଟେ । ଏହି ସମୟ ଭିତରେ ସେମାନେ ଯେଉଁ ସମସ୍ୟାର ସମ୍ମୁଖିନ ହେବେ ତାହା ଅତ୍ୟନ୍ତ ସାଂଘାତିକ ହେବ । ଏହାସହ ସେ କହିଥିଲେ ବିମୁଦ୍ରିକରଣ ଦ୍ୱାରା ଆମ ମୁଦ୍ରା ବ୍ୟବସ୍ଥା ଉପରୁ ଭରସା ତୁଟେଇ ଦେବେ । ଏହାସହ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ ଏମିତି କେଉଁ ଦେଶ ଅଛି ଯେଉଁଠି ଲୋକଙ୍କୁ ତାଙ୍କ ସଞ୍ଚିତ ଟଙ୍କା ଉଠାଇବାର ସୁଯୋଗ ଦିଆଯାଉ ନାହିଁ । ଲୋକଙ୍କ ବୃହତ ସ୍ୱାର୍ଥ ଲାଗି ଯାହା କରାଯାଇଥିବାର କୁହାଯାଉଛି ତାହାକୁ ନିନ୍ଦା କରିବା ପାଇଁ ଏହା ଜଥେଷ୍ଟ ।  ଏହାସହ ବିମୁଦ୍ରିକରଣ ସମୟରେ ରିଜର୍ଭ ବ୍ୟାଙ୍କ ଯେଉଁଭଳି ନୂଆ ନୂଆ ନିୟମ କରୁଥିଲେ ତାହାକୁ ମଧ୍ୟ ସେ ଘୋର ନିନ୍ଦା କରିଥିଲେ ।