ଓଡିଆନ୍ ନ୍ୟୁଜ

130

ତୈଳ ଦର ବୃଦ୍ଧି ସଂପର୍କରେ ତୈଳ କମ୍ପାନୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Team Odian News |

ତୈଳ ଦର ବୃଦ୍ଧି ସଂପର୍କରେ ତୈଳ କମ୍ପାନୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ 

ନୂଆଦିଲ୍ଳୀ,୧/୧୦(ଓଡ଼ିଆନ୍ ନ୍ୟୁଜ୍):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି  ତୈଳ କମ୍ପାନୀ ଗୁଡ଼ିକର ମୁଖ୍ୟମାନଙ୍କ ସହ ଏକ ବୈଠକରେ ଆନ୍ତର୍ଜାତିକ ବଜାରରେ ତୈଳ ଦର ସଂପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶର ଚାରୋଟି ମୁଖ୍ୟ  ମହାନଗରୀ ସମେତ ସାରା ଦେଶରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି। ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଚଳିତ ମାସ ପ୍ରାରମ୍ଭରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ତୈଳ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ଦେଢ଼ ଟଙ୍କା ଲେଖାଏଁ କମ୍‍ କରିଥିଲେ। ଏହାବ୍ୟତୀତ ତୈଳ ବିକ୍ରୟ କାରୀ କମ୍ପାନୀମାନେ ପେଟ୍ରୋଲ୍‍ ଓ ଡିଜେଲ୍‍ ମୂଲ୍ୟ ଲିଟର ପ୍ରତି ୧ ଟଙ୍କା ଲେଖାଏଁ କମ୍‍ କରିଥିଲେ। ବୈଠକରେ ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଓ ନୀତି ଆୟୋଗ ସିଇଓ ଅମିତାଭ୍‍ କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।