ଓଡିଆନ୍ ନ୍ୟୁଜ

129

ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

Team Odian News |

ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

ନୂଆଦିଲ୍ଳୀ,୧୫/୧୦(ଓଡ଼ିଆନ୍ ନ୍ୟୁଜ୍):  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବ ପାଇକାରୀ ବଜାର ଉପରେ ପଡ଼ିଛି। ଫଳରେ ପାଇକାରୀ ମୁଦ୍ରାସ୍ଫୀତି ଦୁଇ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଅନୁସାରେ ସେପ୍ଟେମ୍ବର ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସରେ ପାଇକାରୀ ମଦ୍ରାସ୍ଫୀତି ୪.୫୩% ଥିଲାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ପାଇକାରୀ ମୁଦ୍ରାସ୍ଫୀତି ୩.୧୪% ଥିଲା। ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଖାଦ୍ୟ ପଦାର୍ଥ ଦରଦାମରେ ହ୍ରାସ ପରିଲକ୍ଷିତ ହୋଇଛି। ଅଗଷ୍ଟ ମାସରେ ଖାଦ୍ୟ ପଦାର୍ଥ ଦରଦାମ ୪.୦୪% ଥିଲା ବେଳେ ସେପ୍ଟେମ୍ବର ମାସରେ ଏହା ୦.୨୧% ହ୍ରାସ ପାଇଛି। ପନିପରିବା ଦରଦାମ ଅଗଷ୍ଟ ମାସରେ ୨୦.୧୮% ଥିଲାବେଳେ ସେପ୍ଟେମ୍ବର ମାସରେ ଏଥିରେ ୩.୮୩% ହ୍ରାସ ପରିଲକ୍ଷିତ ହୋଇଛି। ଇନ୍ଧନ ଏବଂ ଶକ୍ତି ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୧୬.୬୫% ରହିଛି। ପେଟ୍ରୋଲ ଓ ଡିଜେଲ ମୁଦ୍ରାସ୍ଫୀତି କ୍ରମାନ୍ୱୟରେ ୧୭.୨୧% ଓ ୨୨.୧୮% ରହିଛି। ଏଲ୍‍ପିଜି (ରନ୍ଧନ ଗ୍ୟାସ) ମୁଦ୍ରାସ୍ଫୀତି ୩୩.୫୧% ରହିଛି। ଖାଦ୍ୟପଦାର୍ଥରେ ଆଳୁ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ୮୦.୧୩% ବୃଦ୍ଧି ଘାଟିଛି। ପିଆଜ ମୁଦ୍ରାସ୍ଫୀତିରେ ୨୫.୨୩%, ଫଳ ମୁଦ୍ରାସ୍ଫୀତିରେ ୭.୩୫% ଓ ଡାଲି ମୁଦ୍ରାସ୍ଫୀତିରେ ୧୮.୧୪% ହ୍ରାସ ଘଟିଛି। ଏହା ପୂର୍ବରୁ ଜୁଲାଇ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫.୨୭% ରହିଥିଲା।