ଓଡିଆନ୍ ନ୍ୟୁଜ

194

‘ତିତଲି’ ପାଇଁ ଜନ୍ମଦିନ ପାଳିବେନି ନବୀନ

Team Odian News |

‘ତିତଲି’ ପାଇଁ  ଜନ୍ମଦିନ ପାଳିବେନି ନବୀନ


 ଭୁବନେଶ୍ୱର,୧୫/୧୦(ଓଡ଼ିଆନ୍ ନ୍ୟୁଜ୍):ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ  ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସଚ୍ଚିବାଳୟରେ ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ଚଳିତବର୍ଷ ନିଜ ଜନ୍ମଦିନକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି ନବୀନ । ଗତ ୧୧ ତାରିଖରେ ଆସିଥିବା ଝଡ ‘ତିତଲି’ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ଲୋକେ ତିତଲି ଚାଲିଗଲା ହେଲେ ମଧ୍ୟ ଦୁସ୍ଥିତିର ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ନିଜ ଜନ୍ମଦିନ ପାଳନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍କତ୍ତି କରିଛନ୍ତି  ।