ଓଡିଆନ୍ ନ୍ୟୁଜ

159

ମହାମାୟାଙ୍କ ମହାସପ୍ତମୀ

Team Odian News |

ମହାମାୟାଙ୍କ ମହାସପ୍ତମୀ


  ଭୁବନେଶ୍ୱର,୧୬/୧୦(ଓଡ଼ିଆନ୍ ନ୍ୟୁଜ୍):ଆଜି ମହାମାୟାଙ୍କ ମହାସପ୍ତମୀ ଓ ନବ ପତ୍ରିକା ପୂଜନ । ମା'ଙ୍କ  ଆବାହନ ପାଇଁ  ଉତ୍ସବ ମୁଖର ହୋଇ ଉଠିଛି ଟ୍ୱିନ୍ ସିଟି। ବିଭିନ୍ନ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କର ମହାସପ୍ତମୀ ପୂଜା ଆରମ୍ଭ ହେବା ସହିତ ଭକ୍ତଙ୍କ ଭିଡ଼ ଲାଗିଛି । ତୋରଣ ଓ ସାଜସଜ୍ଜାରେ ବେଶ ଆକର୍ଷଣୀୟ ଦେଖାଯାଉଛି ପୂଜା ମଣ୍ଡପଗୁଡିକ ।   ମା' ଦୁର୍ଗାଙ୍କ ଦର୍ଶନ ସାଙ୍ଗକୁ ମିନା ବଜାର, ଦୋଳି ଓ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଉଛନ୍ତି ଟ୍ୱିନ୍ ସିଟିବାସୀ । ଭିଡ଼କୁ ଲକ୍ଷ୍ୟ କରି ପୂଜା ମଣ୍ଡପଗୁଡିକରେ ପ୍ରଶାସନ ଓ ପୂଜା କମିଟି ଗୁଡ଼ିକ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପୁଲିସି ବାହିନୀ ସହ ସ୍ୱଚ୍ଛାସେବୀ ମୁତୟନ ହୋଇଛନ୍ତି । ସେଇଭଳି ରାଜ୍ୟର  ଵିବିଭିନ୍ନ ଦେବୀ ପୀଠରେ ମାଆଙ୍କର ମହାଅଷ୍ଟମୀ ପୂଜା ଛାଲିଛି ।