ଓଡିଆନ୍ ନ୍ୟୁଜ

131

ମି ଠୁ ବିବାଦରେ ଯତୀନ ଦାସ

Team Odian News |

ମି ଠୁ ବିବାଦରେ ଯତୀନ ଦାସ

ଭୁବନେଶ୍ୱର,୧୬/୧୦(ଓଡ଼ିଆନ୍ ନ୍ୟୁଜ୍):ମି ଠୁ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି, ଏବେ ଆଉ ଜଣେ ପରିଚିତ ବ୍ୟକ୍ତିବିଶେଷଙ୍କ ନାମରେ ଅଭିଯୋଗ ହେଇଛି ।  ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାମରେ ଯୌନ ନିର୍ଯାତନାର ଅଭିଯୋଗ ଉଠିଛି । ଯତୀନଙ୍କ ନାଁରେ ନିଶା ବୋରା ନାମ୍ନୀ ମହିଳା ମି ଠୁ ଅଭିଯୋଗ ଆଣିଛନ୍ତି । ୨୦୦୪ ମସିହାରେ ଯୌନ ନିର୍ଯାତନା ଦେଇଥିବା ନିଶା ଅଭିଯୋଗ କରିଛନ୍ତି । ତାଙ୍କ ଷ୍ଟୁଡିଓରେ ଯୋରଜବରଦସ୍ତ ଜାବୁଡି ଧରି ଚୁମ୍ବନ ଦେଇଥିବାର ନିଶା ଟୁଇଟି କରି  ପ୍ରକାଶ କରିଛନ୍ତି ।