ଓଡିଆନ୍ ନ୍ୟୁଜ

149

ଆନନ୍ଦବଜାରରେ ରହିବ ଅଭିଯୋଗ ପ୍ରକୋଷ୍ଠ !

Team Odian News |

ଆନନ୍ଦବଜାରରେ ରହିବ ଅଭିଯୋଗ ପ୍ରକୋଷ୍ଠ !

ପୁରୀ ,୧୬/୧୦(ଓଡ଼ିଆନ୍ ନ୍ୟୁଜ୍):ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅବଢ଼ା ଦର ତାଲିକା ଲଗେଇବା ନେଇ ବୈଠକ ଅନୁଷ୍ଠିତ।  ସୁଆର ଓ ମହାସୁଆରଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଥିବା ବେଳେ  ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ  କୋଠ ଭୋଗ କରାଯିବାର ସୂଚନା ମିଳିଛି । କୋଠ ଭୋଗ ପାଇଁ ଆବଶ୍ୟକ ଖର୍ଚ୍ଚର ଆକଳନ କରି  ଦର ତାଲିକା କରାଯିବ, କୋଠ ଭୋଗ ରନ୍ଧା ବେଳେ ଦେଉଳକରଣ ଓ ଶ୍ରୀମନ୍ଦିର ସୁପରଭାଇଜର ଅନୁଧ୍ୟାନ କରିବେ। ଏହାସହ ଆନନ୍ଦବଜାରରେ ରହିବ ଅଭିଯୋଗ ପ୍ରକୋଷ୍ଠ, ଆନନ୍ଦବଜାରରେ ଅନଧିକୃତ ଅଣସେବାୟତଙ୍କ ପ୍ରବେଶ ନିଷେଧ ରହିବା ନେଇ ଆଲୋଚନା କରାଯାଇ ଥିବାର ସୂଚନା ମିଳିଛି  ।