ଓଡିଆନ୍ ନ୍ୟୁଜ

137

୮%କୁ ଜିପିଏଫ ସୁଧହାର ବୃଦ୍ଧି

Team Odian News |

୮%କୁ ଜିପିଏଫ ସୁଧହାର ବୃଦ୍ଧି

ନୂଆଦିଲ୍ଲୀ,୧୬/୧୦(ଓଡ଼ିଆନ୍ ନ୍ୟୁଜ୍): କେନ୍ଦ୍ର ସରକାର  ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ) ସୁଧହାର ୭.୬%ରୁ ୮%କୁ ବୃଦ୍ଧି କରିଛନ୍ତି। ଅକ୍ଟୋବର-ଡିସେମ୍ବର ତ୍ରୈମାସ ପାଇଁ ଜିପିଏଫ ସୁଧହାରରେ ଏହି ବୃଦ୍ଧି କରାଯାଇଛି। ଅକ୍ଟୋବର ୧ରୁ ବର୍ଦ୍ଧିତ ଜିିପିଏଫ ସୁଧହାର ଲାଗୁ ହେବ। ଜିପିଏଫ ସୁଧହାର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀ, ରେଳ ଏବଂ ପ୍ରତିରକ୍ଷା ବିଭାଗର ୫୦ ଲକ୍ଷ କର୍ମଚାରୀ ଲାଭାନ୍ୱିତ ହେବେ। ଗତ ମାସରେ ସରକାର ପିପିଏଫ ଏବଂ ସୁକନ୍ୟା ସମୃଦ୍ଧି ଭଳି ଛୋଟ ସଞ୍ଚୟ ଯୋଜନାରେ ସୁଧହାର ୦.୪% ବୃଦ୍ଧି କରିଥିଲେ। ଫଳରେ ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ୮.୫% ଏବଂ ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ସୁଧହାର ୮%କୁ ବୃଦ୍ଧି ପାଇଥିଲା। ଏହି ବର୍ଦ୍ଧିତ ସୁଧହାର ଅକ୍ଟୋବର ୧ରୁ ଲାଗୁ ହାଇଛି। ୦.୪% ବୃଦ୍ଧି ସହ ଜିପିଏଫ ସୁଧହାର ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ସୁଧହାର ସହ ସମାନ ହୋଇଛି। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।