ଓଡିଆନ୍ ନ୍ୟୁଜ

120

ଗୁମୁରି କାନ୍ଦୁଛି ମଣିଷ ତିଆରି କାରଖାନା

Team Odian News |

ଗୁମୁରି କାନ୍ଦୁଛି ମଣିଷ ତିଆରି କାରଖାନା
ପୁରୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା୧୯୦୯ ମସିହା ଅଗଷ୍ଟ ୧୨ତାରିଖରେ ସତ୍ୟବାଦିଠାରେ ଆରମ୍ଭ ହୋଇଥିଲା ବକୁଳ ବନବ୍ୟଦ୍ୟାଳୟ । ଯାହାକୁ ମଣିଷ ତିଆରି କାରଖାନା ଭାବରେ ଗୋପବନ୍ଧୁ ଅକ୍ଷା ଦେଇଥିଲେ  । ଏହାଛଡ଼ା ଏହା ମୁକ୍ତାକାଶ ଶିକ୍ଷା ବ୍ୟବସ୍ଥାର ଏକ ସୂନ୍ଦର ଉଦାହରଣ ସୃଷ୍ଟି କରିଥିଲା । ଏଠାରେ ପଞ୍ଚ  ସଖା ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରିସ ମିଶ୍ର ଓ ଆଚାର୍ଯ୍ୟ ହରିହର ଦାସଙ୍କ ସହଯୋଗରେ ପାଠପଢା ସାଙ୍ଗକୁ ଅସ୍ପୃଶ୍ୟତା ନିବାରଣ, କୁଟୀର ଶିଳ୍ପ, ସୂତାକଟା, ଲୁଗାବଣା, ବିପନ୍ନଙ୍କୁ ସହାୟତା ଆଦିବିଷୟରେ ଶିକ୍ଷା ଦିଆଯାଉଥିଲା । ବର୍ତ୍ତମାନ ଏହି ବଦ୍ୟାଳୟ କାର୍ଯ୍ୟରତ ନାହିଁ କି ସେ ମହାପୁରୁଷମାନେ ନାହାନ୍ତି ସତ ହେଲେ ସେଠାରେ ସେମାନଙ୍କର ସ୍ୃତି ଭରି ରହିଛି ।  ଇତିମଧ୍ୟରେ ଏହି ବନବିଦ୍ୟାଳୟର ୧୦୮ ତମ ପ୍ରତିଷ୍ଠା ଦୀବସ ମଧ୍ୟ ବହୁ ଧୁମଧାମରେ ପାଳନ ହୋଇସାରିଛି । ହେଲ ରକ୍ଷାଣ ବେକ୍ଷଣ ଓ ସରକାରଙ୍କ ଉଦାସିନତା କାରଣରୁ ବକୁଳ ବନବିଦ୍ୟାଳୟର ସ୍ମୃତି ଦିନକୁ ଦିନ ହଯିବାରେ ଲାଗିଛି । ଏଠାରେ ସେତେବେଳେ ଶିକ୍ଷକମାନେ ବସି ପଢାଇବା ତିଆରି ହୋଇଥିବା ସିମେଣ୍ଟ ଚୌକି ଓ ବେଞ୍ଚଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ସେଗୁଡ଼ିକର ମରାମତି ହୋଇ ପାରି ନାହିଁ । ଉକ୍ରଳମଣିଙ୍କ ସମେତ ପଞ୍ଚସଖା ଓ ଛାତ୍ରମାନଙ୍କ ପାଇଁ ୫ଟି ଛାତ୍ରାବାସ ହୋଇଥିଲା ସେଥିମଧ୍ୟରୁ ସ୍ୱାଧିନତା ପରେ ୪ଟି ଭଙ୍ଗାଯାଇଥିବା ବେଳେ ଉକ୍ରଳମଣି ଗୋପବନ୍ଧୁ ଦାସ ବ୍ୟବହାର କରୁଥିବା ଛାତ୍ରାବାସ ଆଜିପର୍ଯ୍ୟନ୍ତ ରହିଛି । ହେଲେ ଦୁଃଖର ବିଷୟ ତାହାକୁ ଆଜିପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳି ନାହିଁ । ଏହାସହ ଏଠାରେ ଥିବା ପଞ୍ଚ ସଖାଙ୍କ ମୂର୍ତ୍ତି ମଧ୍ୟରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରୁ କେହି ମୁଣ୍ଡ ଚୋରୀ କରି ନେଇବାର  ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ତାହାର ସୁରାଗ ମିଳି ନାହିଁକି ଭଙ୍ଗା ମୂର୍ତ୍ତିଟିକୁ ମରାମତି କରାଯାଇ ନାହିଁ ।