ଓଡିଆନ୍ ନ୍ୟୁଜ

151

ମହାଶକ୍ତିଙ୍କ ମହାଅଷ୍ଟମୀ

Team Odian News |

ମହାଶକ୍ତିଙ୍କ ମହାଅଷ୍ଟମୀ

 
ଭୁବନେଶ୍ୱର,୧୭/୧୦(ଓଡ଼ିଆନ୍ ନ୍ୟୁଜ୍): ମା' ଦୁର୍ଗାଙ୍କ ପୂଜା ପାଇଁ ପୁରଠୁ ପଲ୍ଲୀ  ଉତ୍ସବ ମୁଖର ହୋଇଉଠିଛି  । ଆଜି ପୂଜାମଣ୍ଡପ ଗୁଡିକରେ ମହାଶକ୍ତି ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଚାଲିଛି । .ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ମା' ଦର୍ଶନ  ଦେଉଛନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାମଣ୍ଡପ ଗୁଡିକରେ  ପୂଜାର୍ଚ୍ଚନା ଚାଲିଛି । ଚଣ୍ଡୀପାଠ ସାଙ୍ଗକୁ  ଦେବୀଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡୀଚାମୁଣ୍ଡା ପୂଜା, ସନ୍ଧି ପୂଜା, ବଳିଦାନ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଛି  । ମାନସିକଧାରୀମାନେ ମା’ ଦୁର୍ଗାଙ୍କ ଅଷ୍ଟମୀ ବ୍ରତ ରଖିଥାନ୍ତି । ସେପଟେ ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ । ସେହିପରି କେତେକ ସ୍ଥାନରେ ଚାନ୍ଦି ଓ ସୁନାରେ ସଜେଇ ହୋଇଛି ମା'ଙ୍କ ମେଢ଼ ।