ଓଡିଆନ୍ ନ୍ୟୁଜ

126

ଯତୀନ ଦାସଙ୍କ ବିରୋଧରେ ଆଉ ଜଣେ ଯୁବତୀଙ୍କ ଯୌନ ନିର୍ଯାତନା ଅଭିଯୋଗ

Team Odian News |

ଯତୀନ ଦାସଙ୍କ ବିରୋଧରେ ଆଉ ଜଣେ ଯୁବତୀଙ୍କ ଯୌନ ନିର୍ଯାତନା ଅଭିଯୋଗ ଭୁବନେଶ୍ୱର,(ଓଡ଼ିଆନ୍ ନ୍ୟୁଜ୍): ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ବଢୁଛି ‘ମି-ଟୁ’ ଅଭିଯୋଗର ତାଲିକା। ଆଜି ଗାରୁଶା କାଟୋଚ୍ ନାମ୍ନୀ ଆଉ ଜଣେ ଯୁବତୀ ଯତୀନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୫ ବର୍ଷ ତଳେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ନିଜ ଟ୍ୱିଟର ପେଜ୍‌ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଜେଡିସିଏରେ ଇଣ୍ଟର୍ନସିପ୍ କରିବା ବେଳେ ଯତୀନ ତାଙ୍କୁ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ଗାରୁଶା। ଗାରୁଶାଙ୍କ ପୂର୍ବରୁ ଗତକାଲି ଯତୀନଙ୍କ ନାଁରେ ମହିଳା ଉଦ୍ୟୋଗୀ ତଥା ପରିବେଶବିତ ନିଶା ବୋରା ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ତେବେ ଅଭିଯୋଗକୁ ଗତକାଲି ଦୃଢ ଭାବେ ଖଣ୍ଡନ କରିଥିଲେ ଯତୀନ।