ଓଡିଆନ୍ ନ୍ୟୁଜ

127

ସ୍ୱାସ୍ଥ୍ୟକର ଗ୍ରୀନ୍ ଟି

Team Odian News |

ସ୍ୱାସ୍ଥ୍ୟକର ଗ୍ରୀନ୍ ଟି 

  • ଏହା କେବଳ ଗୋଟିଏ ସବୁଜ ପାନୀୟ ନୁହେଁ ବରଂ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟକର ପାନୀୟ  । ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡ଼ାଣ୍ଟ୍ ଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶରୀର ଉପରେ ବି ଏହାର ପ୍ରଭାବ ଖୁବ୍ ଶାକ୍ତିଶାଳୀ । ଏହାର ମୌଳିକ ଉପାଦାନ ବୟସ କମାଇବାରେ ଓ ଯାବତୀୟ ରୋଗ ନିରାକରଣରେ ସହାୟକ ହୁଏ ।
 
  •  ଗ୍ରୀନ୍ ଟି'ରେ ଥିବା ଉପାଦାନଗୁଡ଼ିକ ଭିତରେ କାଫିନ୍ ଅନ୍ୟତମ । ଏହାକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କୁ  ଅଧିକ ଫୂର୍ତ୍ତି ଲାଗିବ । ବ୍ରେନ୍କୁ ସକ୍ରିୟ କରିବା ସହିତ ମୁଡ୍ ଭଲ ରଖିବାରେ ଓ ସ୍ମୃତି ଶକ୍ତି ବଢ଼ାଇବାରେ ଏହା ପ୍ରମୁଖ ଭୂମିକା ବହନ କରେ ।
 
  • ଶରୀରର ପାଚନ ଶକ୍ତିକୁ ବୃଦ୍ଧି କରିବା ସହିତ ଏହା ଅତିରିକ୍ତ ଚର୍ବିକୁ ବି କମ୍ କରିବାରେ ବି ସାହାଯ୍ୟ କରେ । ୧୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଗୋଟେ ପରୀକ୍ଷଣ କରାଯାଇଥିଲା ଯେଉଁଥିରେ ଶତକଡ଼ା ୪ ଭାଗ ଲୋକଙ୍କ ଏନର୍ଜି ଲେବଲ୍ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଅନ୍ୟପକ୍ଷରେ ଫ୍ୟାଟ୍ ଅକ୍ସିଡ଼ାଣ୍ଟ୍ ବଢିଥିଲା ଶତକଡ଼ା ୧୭ ଭାଗ, ଯାହା ଅତିରିକ୍ତ ଚର୍ବି କମାଏ ବୋଲି ପ୍ରମାଣିତ ହୋଇଥିଲା ।
 
  •  ଗ୍ରୀନ୍ ଟି' ପିଇବା ଦ୍ୱାରା ଅନେକ ରୋଗ ଦାଉରୁ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ ସତ ହେଲେ ଗ୍ରୀନ୍ ଟି'ରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ୍ ମୋଟାମୋଟି ରୂପେ ନାନା ପ୍ରକାରର କ୍ୟାନ୍ସର ଯଥା- ବ୍ରେଷ୍ଟ କ୍ୟାନ୍ସର, ପ୍ରୋଷ୍ଟେଟ୍ କ୍ୟାନ୍ସର, କୋଲୋରେକ୍ଟାଲ୍ କ୍ୟାନ୍ସର ଆଦି ବିପଦକୁ ଏଡ଼ାଇ ଦିଏ ।
 
  • ମଣିଷ ଯେ ମରଣଶୀଳ ଏହା ଅକାଟ୍ୟ ସତ୍ୟ । କିନ୍ତୁ ଯେଉଁମାନେ ଗ୍ରୀନ୍ ଟି'କୁ ନିଜ ଜୀବନଚର୍ଯ୍ୟାରେ ସାମିଲ୍ କରନ୍ତି ସେମାନେ ନିଃସନ୍ଦେହ ହୃଦ୍ଘାତ କିମ୍ବା ହୃଦୟ ସମ୍ବନ୍ଧିତ ରୋଗ ଅଥବା କ୍ୟାନ୍ସର ପରି ମୃତ୍ୟୁରୁ ବିପଦମୁକ୍ତ ରହିବେ । ୪୦,୫୩୦ ଜଣ ତରୁଣଙ୍କୁ ନେଇ ନିକଟରେ ଜାପାନରେ ହେଇଥିବା ଗୋଟେ ପରୀକ୍ଷଣ କୁହେ, ଦିନକୁ ୫ କପ୍ ବା ତଦୁର୍ଦ୍ଧ କପ୍ ଗ୍ରୀନ୍ ଟି' ପିଉଥିବା ଲୋକଙ୍କର ଆଗାମୀ ୧୧ ବର୍ଷ ଭିତରେ ମରିବାର ଆଶଙ୍କା ନିହାତି କମିଯାଇଥାଏ ।