ଓଡିଆନ୍ ନ୍ୟୁଜ

150

ମୁଲତାନୀ ମାଟି

Team Odian News |

ମୁଲତାନୀ ମାଟି


(ଓଡ଼ିଆନ୍ ନ୍ୟୁଜ୍):  ରୁକ୍ଷ , ଝଡୁଥିବା କେଶର ଉପଚାର ଓ ମୁଖର ସୌନ୍ଦର୍ଯ୍ୟ ଅତୁଟ ରଖିବା ପାଇଁ ମୁଲତାନି ମାଟି ରାମବାଣ ସଦୃଶ । ଏହାର ବ୍ୟବହାର ଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବଢ଼ିବା ସହିତ କେଶ ଘନ ମଧ୍ୟ ହୋଇଥାଏ...
 ଘନ କେଶ ପାଇଁ
 ଋୁକ୍ଷ କେଶକୁ କଳା ଓ ଘନ କରିବା ପାଇଁ ଗୋଟିଏ କପରେ ଦୁଇ ଚାମଚ ଲେମ୍ବୁରସ ସହ ଦୁଇ ଚାମଚ ମହୁ ଓ ୧/୪ ଅଂଶ ଦହି ମୁଲତାନି ମାଟିରେ ମିଶାଇ କେଶରେ ଲଗାଇବା ଦ୍ୱରା କେଶ ନରମ ହୋଇଥାଏ ।
 ବଥ ଦୂର କରିବା ପାଇଁ 
ବଥ ବାହାରିଲେ ଆପଣ ମୁଲତାନି ମାଟି ସହିତ କର୍ପୂରର ଏକ ମିଶ୍ରଣ ଲଗାନ୍ତୁ । ଏହାଦ୍ୱାରା ବଥରୁ  ମୁକ୍ତି ମିଳିଥାଏ ।
ବ୍ରଣ ସମସ୍ୟା ପାଇଁ
ଶୁଷ୍କ ଓ ସମ୍ବେଦନଶୀଳ ତ୍ୱଚାରେ ସପ୍ତାହକୁ ଥରେ ମୁଲତାନି ମାଟି ଲଗାନ୍ତୁ । ବ୍ରଣ ହୋଇଥିବା ସ୍ଥାନରେ ମୁଲତାନି ମାଟି ସହ ଶୁଖିଲା ନିମ୍ବ ପତ୍ର ମିଶାଇ ମୁହଁରେ ଲଗାନ୍ତୁ ।
ତେଲିଆ ତ୍ୱଚା ପାଇଁ
 ତେଲିଆ  ତ୍ୱଚାରେ ଦହି ଓ ପୋଦିନା ପତ୍ରକୁ ମୁଲତାନି ମାଟି ସହ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାରୁ ତେଲିଆ ଅଂଶ କମ୍ ହେଇଥାଏ ।
ସନ୍ ବର୍ନ ହୋଇଥିଲେ
 ଅତ୍ୟଧିକ ଖରାରେ ତ୍ୱଚା ନାଲି ପଡ଼ି ଯାଇଥିଲେ ମୁଲତାନି ମାଟିରେ କିଛି ଗୋଲାପ ଜଳ ବା ଟମାଟୋ ରସ ମିଶାଇ ମୁହଁରେ ଲଗାଇଲେ ଉପଶମ ମିଳିଥାଏ ।