ଓଡିଆନ୍ ନ୍ୟୁଜ

300

ଝିଟିପିଟି କହେ ଶୁଭ-ଅଶୁଭ

Team Odian News |

ଝିଟିପିଟି କହେ ଶୁଭ-ଅଶୁଭ

 
ପ୍ରାୟ ସମସ୍ତଙ୍କ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ । ଏହି ଝିଟିପିଟର ଉପସ୍ଥିତି ଓ ତାର ଅବସ୍ଥିତିକୁ ନେଇ ଅନେକ ଶୁଭ ଅଶୁଭ ସଂକେତ ରହିଥିବାର ବାସ୍ତୁରେ ବିଶ୍ୱାସ କରାଯାଏ । ଏପରିବି କେହି କିଛି କଥା କହିବା ସମୟରେ ଯଦି ଝିଟିପିଟି ବୋବାଏ ତେବେ  ତାହା ସତ୍ୟ କଥା ବୋଲି ବିଶ୍ୱାସ ମଧ୍ୟ କରାଯାଇଥାଏ । ଏହି ଭଳି ଝିଟିପିଟିର ଶୁଭ-ଅଶୁଭ ଘଟଣା ବିଷୟରେ ଜାଣନ୍ତୁ ...
• ଯଦି ଝିଟିପିଟି ମରିବା ଓ ମାଟି ଲାଗିଥିବା ଅବସ୍ଥାରେ ଘରଭିତରେ ଦେଖନ୍ତି ତେବେ ଏହା ଅଶୁଭ ଶଙ୍କେତ ସୂଚାଇଥାଏ । ଏହା ପରିବାରର କେହି ରୋଗର ପଡ଼ିବାର ସଙ୍କେତ ଦେଇଥାଏ ।
• ଦୁଇ ବା ଅଧିକ ଝିଟିପିଟି ଝଗଡ଼ା ଲାଗିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ ଆପଣଙ୍କର ବା ପରିବାର ସହିତ କାହାର ଝଗଡ଼ା ହେବାର ସଂକେତ ଦେଇଥାଏ । ସେହିଭଳି ଯଦି ଅଲାଗା ହେଉଥିବାର ଦେଖନ୍ତି ତେବେ ଏହା ନିଜଲୋକଙ୍କଠୁ ଅଲଗା ହୋଇ ଦୂରକୁ ଯିବାର ସଂକେତ ଦେଇଥାଏ ।
• ଯଦି ଦିନରେ ଖାଇବା ସମୟରେ ଝିଟିପିଟିର ବୋବାଇବା ଶୁଣନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଘରକୁ ବା ଆପଣଙ୍କ ପାଇଁ ଖୁବ ଶୀଘ୍ର ଖୁସି ଖବର ଆସିବାର ସଂକେତ ହୋଇଥାଏ । ହେଲେ ଏଭଳି ଘଟଣା କୋଚିତ ଘଟିଥାଏ କାରଣ ଝିଟିପିଟି ପ୍ରାୟତଃ ରାତି ସମୟରେ ବୋବାଇଥାଏ ।
• ସେହିଭଳି ଯଦି ଝିଟିପିଟି ମଥା ଉପରେ ପଡ଼େ ତେବେ ଏହା ଶୁଭ ଓ ଅର୍ଥ, ସମ୍ପତି ମିଳିବାର ସଙ୍କେତ ହୋଇଥାଏ । ହେଲେ ଯଦି ଚୁଟି ଉପରେ ପଡ଼େ ଏହା ଅଶୁଭ ହୋଇଥାଏ । ଏହା କୌଣସି ବଡ଼ ବିପଦ ବା ମୃତ୍ୟୁର ସଂକେତ ଦେଇଥାଏ ।
• ଝିଟିପିଟି କାନ୍ଧରେ ପଡ଼ିବା ଶୁଭ ହୋଇଥାଏ । ବାମ କାନ୍ଧରେ ପଡ଼ିବା ଆର‌୍ୟୁ ବୃଦ୍ଧି ଓ ଡ଼ାହାଣ କାନ୍ଧରେ ପଡ଼ିବା ଅଳଙ୍କାର ମିଳିବାର ସଂକେତ ଦେଇଥାଏ । ସେହିଭଳି ନାକ ଉପରେ ପଡ଼ିବା ଭାଗ୍ୟ ଉଦେୟର ସଂକେତ ଦେଇଥାଏ । ମୁହଁ ଉପରେ ପଡ଼ିବା ମଧୁର ଭୋଜନ ମିଳିବାର ସଂକେତ ଦେଇଥାଏ ।
• ସେହିଭଳି ଗାଲରେ ପଡ଼ିବା ଶୁଭ ହୋଇଥାଏ । ବାମ ଗାଲରେ ପଡ଼ିବା ପୁରୁଣା ବନ୍ଧୁକୁ ଭେଟିବା ଓ ଡ଼ାହାଣ ଗାଲରେ ପଡ଼ିବା ଆର‌୍ୟୁ ବୃଦ୍ଧିର ସଂକେତ ଦେଇଥାଏ । ହେଲେ ଦାଢି ଉପରେ ପଡ଼ିବା ଅଶୁଭ ହୋଇଥାଏ । ଏହା ଭୟାନକ ଦୁର୍ଘଟଣା ସଂକେତ ଦେଇଥାଏ । ନିଶ ଉପରେ ପଡ଼ିବା ଶୁଭ ହୋଇଥାଏ ଏହା ସମ୍ମାନ ପ୍ରାପ୍ତିର ସଂକେତ ହୋଇଥାଏ ।
• ବେକରେ ଝିଟିପିଟି ପଡ଼ିବା ଯଶ ପ୍ରାପ୍ତିର ସଂକେତ ଦେଉଥିବା ବେଳେ ବାହୁରେ ପଡ଼ିବା ଧନଲାଭର ସଂକେତ ଦେଇଥାଏ । 
• ସେହିଭଳି ଡ଼ାହାଣ ଆଖିରେ ପଡ଼ିବା ମିତ୍ର ସହ ଭେଟ ଓ ବାମ ଆଖିରେ ପଡ଼ିବା କିଛି ଗୋଟେ ବଡ଼ ହାନିର ସଂକେତ ଦେଇଥାଏ । ି ଛାତିର ଡ଼ାହଣ ପାଖରେ ପଡ଼ିଲେ ଝିଟିପିଟି ଖୁସି ମିଳିଥାଏ ଓ ବାମ ପାଖରେ ପଡ଼ିଲେ ବଡ଼ ଝଗଡ଼ାର ସଂକେତ ଦେଇଥାଏ ।