ଓଡିଆନ୍ ନ୍ୟୁଜ

139

ବିଜୟା ଦଶମୀ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

Team Odian News |

ବିଜୟା ଦଶମୀ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର ଭୁବନେଶ୍ୱର,୧୯/୧୦(ଓଡ଼ିଆନ୍ ନ୍ୟୁଜ୍): ସାରା ରାଜ୍ୟରେ ବିଜୟା ଦଶମୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ଆଜି ମାଙ୍କ ଅପରାଜିତା ପୂଜା, ଦଶମୀ ପୂଜା, ସୋମନାଥ ବ୍ରତ, ଆରତି, ପୁଷ୍ପାଞ୍ଜଳି ଓ ପୂର୍ଣ୍ଣାହୁତି ସର୍ମ୍ପନ ହେବ। ଆଜି ସକାଳୁ ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମଣ୍ଡପଗୁଡ଼ିକରେ ବଙ୍ଗୀୟ ମହିଳାମାନେ ମାଆଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଧୁନ୍‌ଚୀ ନୃତ୍ୟ କରିଥିଲେ। ପରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଜଣାଇଥିଲେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଖେଳ ହୋଇଥାଏ।