ଓଡିଆନ୍ ନ୍ୟୁଜ

171

ପୁଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ

Team Odian News |

ପୁଲିସ ଏନକାଉଣ୍ଟରରେ ୩  ମାଓବାଦୀ ମୃତ 

ଛତିଶଗଡ,୨୦/୧୦(ଓଡ଼ିଆନ୍ ନ୍ୟୁଜ୍): ଛତିଶଗଡ ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ଜବତ ହୋଇଛି । ବିଜାପୁରର ମିରତୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ବର୍ଷଣ କରିଥିଲେ । ପୁଲିସର ପାଲଟା ଗୁଳି ମାଡ଼ରେ  ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ୩ ଜଣ ମାଓବାଦୀ ପ୍ରାଣ ହାରିଥିଲେ । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।