ଓଡିଆନ୍ ନ୍ୟୁଜ

146

ମାଆଙ୍କୁ ବିଦାୟ

Team Odian News |

ମାଆଙ୍କୁ ବିଦାୟ 

ଭୁବନେଶ୍ୱର ,୨୦/୧୦(ଓଡ଼ିଆନ୍ ନ୍ୟୁଜ୍):  ୫ ଦିନ ଧରି ଧରାପୃଷ୍ଠରେ ପୂଜାର୍ଚ୍ଚନା ପରେ ପୂଜାମଣ୍ଡପରୁ ବିଦାୟ ନେଉଛନ୍ତି ମାଆ । ଦଶହରା ପରେ  ଏବେ ମେଲାଣୀ ବେଳ ଆସିଛି । ସମଗ୍ର ରାଜ୍ୟରେ ଦେବୀ ଦୁର୍ଗାଙ୍କ ଭସାଣୀ  ଉତ୍ସବ ଜାରି ରହିଛି । ଗତ କାଲି ଦଶମୀ ପୂଜା ସହ ରାବଣ ପୋଡି ଉତ୍ସବ ସରିବା ପରେ ଆଜି ଦେବୀ ଦୁର୍ଗାଙ୍କୁ ମେଲାଣି ଦିଆଯାଉଛି । କଟକରେ ମାଆଙ୍କ ଭସାଣୀ ଉତ୍ସବ ଜାରି ରହିଛି । ଘଂଟ ବାଦ୍ୟଯନ୍ତ୍ର ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ମେଲାଣି ଦିଆଯାଉଛି । ଗୋଟିଏ ପରେ ଗୋଟିଏ ମେଢ ବିଭିନ୍ନ ସାହିରୁ ବାହାରି ଦେବୀଗଡା ମୁହାଁ ହୋଇଛି । ଦୁଃଖର ସହ ଦେବୀଙ୍କୁ ମେଲାଣୀ ଦେଉଛନ୍ତି କଟକବାସୀନ୍ଦା । ସେହିପରି ରାଜଧାନୀରେ ମଧ୍ୟ ଆଜି ମାଆଙ୍କୁ ବିଦାୟ ଦିଆଯାଉଛି । ଟ୍ୱିନ ସିଟିରେ ଭସାଣୀକୁ ନେଇ ପୁଲିସ ପ୍ରଶାସନ ତରଫରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଭୋର ସୁଦ୍ଧା ଶାନ୍ତିଶୃଙ୍ଖଳାର ସହ ସମସ୍ତ ମେଢ ଭସାଣୀ ଶେଷ ହେବ ବୋଲି ଆଶା ରଖିଛନ୍ତି ପୁଲିସ କମିସନର । ସୁରକ୍ଷା ଦୃଷ୍ଟିରୁ କଟକରେ ୬୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି  ।