ଓଡିଆନ୍ ନ୍ୟୁଜ

89

ଜର୍ମାନୀରେ ମିଳିଲା ଦୁଇଟି ବିଶ୍ୱଯୁଦ୍ଧ ବୋମା

Team Odian News |

ଜର୍ମାନୀରେ ମିଳିଲା ଦୁଇଟି ବିଶ୍ୱଯୁଦ୍ଧ ବୋମା
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍ ଟିମ୍ ): ଜର୍ମାନୀର ବିଷ୍ଫୋରକ ନିଷ୍କ୍ରିୟ କର୍ମୀ ଏହି ନିକଟରେ ମ୍ଫ୍ରାକଫର୍ଟର ଆର୍ଥୀକ ରାଜଧାନୀରୁ ବିଶ୍ୱ ଯୁଦ୍ଧ ସମୟର ଦୁଇଟି ବମ୍ ଉଦ୍ଧାର କରିବା ସହ  ନିସ୍କ୍ରିୟ କରିଛନ୍ତି ।   ଏଥି ପାଇଁ ୧୦ ହଜାରରୁ ଅଧିକ ଲୋକଙ୍କୁ ଘରୁ ଖାଲି କରାଯିବା ସହ ନିରାପଦ ସ୍ଥାନକୁ ନିଆଯାଇଥିଲା । ଯୁଦ୍ଧପରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ଏହା ଏକ ବଡ଼ ଘଟଣା ଜର୍ମାନୀ ପାଇଁ  । ଏହି ବୋମା ନିସ୍କ୍ରିୟ କାମରେ ହଜାରେରୁ ଅଧିକ ଜରୁରୀ କାଳୀନ ସେବା କର୍ମଚାରୀ ନିୟୋଜିତ ହେବା ସହ ବୋମାଟି ଚିହ୍ନଟ ହୋଇଥିବା  ସ୍ଥାନର ଚତୃପାଶ୍ୱର୍ ସଫାକରିଥିଲେ । ବୋମା ଦୁଇଟି ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଏକ କୋଠା ନିକଟରୁ ଉଦ୍ଧାର କରାଯାଇଥିଲା  । ଏହାର ଆଖପାଖରେ  ଡ଼ାକ୍ତରଖାନା, ଉଚ୍ଚସଦନ, ଜର୍ମାନୀ କେନ୍ଦ୍ରୀୟ ବ୍ୟାଙ୍କ “ବୁନ୍ଦେସା” ରହିଥିଲା । ଯେଉଁଥିରେ ୭୦ ବିଲିୟନ ଟଙ୍କାର ସୁନା ଗହଣା ଜମା ରହିଥିଲା । ଏହି ମସିନରେ ପୂର୍ବକଳିପିତ ଯୋଜନାଠାରୁ ଅଧିକ ସମୟ ଲାଗିଥିଲେ ମଧ୍ୟ ଅଧିକାରୀମାନେ ତାଙ୍କ କାମରେ ସଫଳ ହୋଇ ଆଶ୍ୱସ୍ତି ଅନୁଭବ କରିଥିଲେ । ସେମାନେ ଶୀଘ୍ରରୁ ଶୀଘ୍ର କାମସାରୀବାକୁ ଚେଷ୍ଟା କରିଥିଲେ । କାରଣ ଲୋକମାନେ ସୂର୍ଯ୍ୟସ୍ତ ହେବା ସଙ୍ଗେ ସଙ୍ଗେ ଘର ଲେଉଟିବାକୁ ଆରମ୍ଭ କରିଦେବେ ଯାହାକି ଅନେକ ସମସ୍ୟା କରିପାରେ ବୋଲି ଅଧିକାରୀମାନେ ଭାବିବା ସହତ ପରଦିନର ବ୍ୟାପାର ମାନ୍ଦା କରିବାକୁ ଚାହୁଁ ନଥିଲେ । ନିଷ୍କ୍ରିୟକାରି ଦଳ ବା ବମ୍ ଟେକ୍ନିସିଆନମାନଙ୍କ କାମ ବିଳମ୍ବରେ ଆରମ୍ଭ ହୋଇଥିଲା କାରଣ କିଛି ଲୋକ ଘରଛାଡ଼ି ଯିବାପାଇଁ ରାଜି ହେଉ ନଥିଲେ । ସେମାନଙ୍କ ଭାବନା ରହିଥିଲା ଯେ ଗୋଟିଏ ଅଜଣା ବିଷ୍ଫୋରକ ସାରାସହରକୁ ସମତୁଳ କରିପାରେ । ଯୁଦ୍ଧର ୭୦ ବର୍ଷ ପରେ ମଧ୍ୟ ଜର୍ମାନୀରେ ପ୍ରତିବର୍ଷ ୨.୦୦୦ରୁ ଅଧିକ ଟନର ବୋମା ଓ ଅସ୍ତ୍ରଶସ୍ତ୍ର ମିଳୁଛି । ସେହିଭଳି ବ୍ରିଟିସ ଓ ଆମେରିକା ଯୁଦ୍ଧପୋତରେ ୧.୫ ମିଲିୟନ ବୋମା ଉପରେ ପ୍ରେସର ପଡ଼ିଥିବାରୁ ଏହା ବିଷ୍ଫାରଣ ହୋଇ ପ୍ରାୟ ୬୦୦.୦୦୦ଲୋକଙ୍କ ମୃତ୍ୟୁ ହୋଇଥିଲା । କିଛି ଅଧିକାରୀ ଅନୁମାନ କରିଛନ୍ତି ଯେ ବୋମାଟିର ୧୫ ପ୍ରତିଶତ ବିଷ୍ପୋରଣ ହୋଇ ନଥିଲା  । ଏହା ୬ମିଟରଲମ୍ବ ୨୦ଫୁଟ ଉଚ୍ଚତାର । ଲୋକମାନଙ୍କୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଘରେ ବାହାରେ ରହିବାକୁ  ନିର୍ଦ୍ଦେଶ କରାଯିବା ସହ ଏଥିରେ ହଜାରେ ଜରୁରିକାଳୀନ ସେବା କର୍ମଚାରୀ ସାହାର୍ଯ୍ୟ କରିଥିଲେ । ୧.୫ କିମି ପର୍ଯ୍ୟନ୍ତ ସ୍ଥାନ ଖାଲି କରାଯାଇଥିଲା । କେତେକ ଲୋକ ସହର ଛାଡ଼ି ଅନ୍ୟ ସହରକୁ ଯାଇଥିବା ବେଳେ ଆଉ କେତେକ ସେହି ବିଷ୍ଫୋରକ ଉଦ୍ଧାର ସ୍ଥାନ ପାଇଁ ଖାଲି କରାଯାଇଥିବା ଅଞ୍ଚଳର ନିକଟ ବର୍ତ୍ତି କଫି ସପରେ ସମୟ ବିତାଇ ଥିଲେ । ଆଉ କେତେକ ଲୋକ ସଂଗ୍ରାହଳୟ ବୁଲିଥିଲେ ସେମାନଙ୍କ ପାଇଁ ମୁକ୍ତ ରହିଥିଲା । ଏହାସହ ମ୍ଫ୍ରାକଫର୍ଟର ବସ୍ତ୍ର ମେଳା ପାଶ୍ୱରେ ଏକ ଅସ୍ଥାଇ ଶିବିର ଖୋଲା ଯାଇଥିଲା ସେଠାରେ କଦଳୀ, ଥଣ୍ଡାପାନୀୟ ଯୋଗାଇ ଦିଆଯାଇଥିଲା । ଏହା ବ୍ୟତିତ ଦୁଇ ଡ଼ାକ୍ତରଖାନାର  ଡ଼ାକ୍ତର ଓ ସେବା କର୍ମୀଙ୍କୁ ରୋଗୀ ଓ ବୟସ୍କ ଲୋକଙ୍କର ଦେଖାରଖା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ୫୦୦ ବରିଷ୍ଠ ନାଗରିକ ବାସ ସ୍ଥାନ ସହ କେୟାର ହୁମରେ ଦହିଥିôଲେ । ଏହାସହ ଏହି ଏଚ.ସି ୪,୦୦୦ ବମ୍ କୁ ନିଷ୍କ୍ରିୟ କରିବା ପାଇଁ ଏକ ସୋତନ୍ତ୍ର ପ୍ରଣାଳୀ ଅବଲମ୍ବନ କରାଯାଇଥିଲା । ଏହାସହ ଯଦି ସେମାନେ ବିଫଳ ହୋଇଥାନ୍ତେ ତେବେ ଫିୟୁଜ କାଟିବା ପାଇଁ ଏକ ପାଣିର ଜେଟ ବ୍ୟବହାର ହେବାର ବ୍ୟବସ୍ଥା କରାଯାଇଥିଲା । ଏହି ବମ୍ ଟି ୧୯୩୯-୪୫ ଯୁଦ୍ଧରେ ବ୍ରିଟେନ ରୟାଲ ଏୟାର ଫୋରସ ଦ୍ୱାରା ପକାଯାଇଥିବା କୁହାଯାଉଛି ।