ଓଡିଆନ୍ ନ୍ୟୁଜ

127

ବାସ୍ତୁରେ କ୍ରିଷ୍ଟାଲ ବଲ୍

Team Odian News |

ବାସ୍ତୁରେ କ୍ରିଷ୍ଟାଲ ବଲ୍


ଭୁବନେଶ୍ୱର ,୨୧/୧୦(ଓଡ଼ିଆନ୍ ନ୍ୟୁଜ୍):ଘରମାନଙ୍କରେ ଅବା କର୍ଯ୍ୟଳୟରେ ବାସ୍ତୁ ଦୋଷରୁ ମୁକୁଳିବା ପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ ଅନେକ ଜିନିଷର ବ୍ୟବହାର କରାଯାଉଥିବାର ଦେଖିଥିବେ  । ଯେପରି ଲାଫିଙ୍ଗ୍ ବୁଦ୍ଧ, କଇଁଛ,ମାଛ କ୍ରିଷ୍ଟାଲମାଳି ପ୍ରଭୁତି । ତେବେ କ’ଣ ପାଇଁ ବାସ୍ତୁ ଶାସ୍ତ୍ର ବା ଫେଙ୍ଗାସୁଇରେ କ୍ରିଷ୍ଟାଲ ବଲର ବ୍ରବହାର ହୋଇଥାଏ ଜାଣନ୍ତିକି । ଏହାସହ ସ୍ୱତନ୍ତ୍ର ଭାବେ ୬ଟିକ୍ରିଷ୍ଟାଲ ବଲର ବ୍ୟବହାର କ’ଣ ପାଇଁ ହୋଇଥାଏ ।  ଏହାଦ୍ୱାରା କ’ଣ ଲାଭମିଳେ ସେ ବିଷୟରେ ଜାଣନ୍ତି କି? ଯଦି ନାଁ ତେବେ ଜାଣନ୍ତୁ
“୬” ହେଭେନ୍ସ ଲକ!
ବାସ୍ତୁଶାସ୍ତ୍ରରେ ସଂଖ୍ୟା ୬ର ଅର୍ଥ ଦେବଲୋକ ବା ସ୍ୱର୍ଗୀୟ ଭାଗ୍ୟ ‘ହେଭେନ୍ସ ଲକ’ ଭାବେ ଜଣାସୁଣା । ବାସ୍ତୁଶାସ୍ତ୍ରରେ ଏହା ତାଉବାଦୀ ଦର୍ଶନ ଉପରେ ଗଠିତ  । ସଂଖ୍ୟା ୬ ଉତ୍ତରପଶ୍ଚିମ ଦିଗରୁ ଆସିଥିବାର ବିଶ୍ୱାସ କରାଯାଉଥିବା ବେଳେ ଏହା ବିସ୍ତାର,ପ୍ରଗତି,ଶକ୍ତି ଓ ସ୍ୱର୍ଗୀୟ ଭାଗ୍ୟକୁ ସୁଚାଇଥାଏ ବୋଲି ମାନାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ୬ଟି କ୍ରିଷ୍ଟାଲ ବଲ ବ୍ୟବହାର ଦ୍ୱାରା ଘରେ, କାର୍ଯ୍ୟଳୟରେ,ଦୋକାନରେ ଓ ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ଆସିଥାଏ, ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇ ପ୍ରଗତି,ଶକ୍ତି ଓ ସ୍ୱର୍ଗୀୟ ଭାଗ୍ୟ ବ୍ୟକ୍ତିକୁ ପ୍ରାପ୍ତି ହୋଇଥାଏ । ଏଥି ପାଇଁ ବାସ୍ତୁଶାସ୍ତ୍ରରେ ୬କ୍ରିଷ୍ଟାଲ, ୬ ଖାଡ଼ି ବାଲା ଘଣ୍ଟି  ବ୍ୟବାହର ପରାମର୍ଶ ଦିଆଯାଇଥାଏ ।
ନକରାତ୍ମକ ଶକ୍ତି ଦୂରକରେ କ୍ରିଷ୍ଟାଲ
ବାସ୍ତୁ ସମାଧାନ ପାଇଁ ୬ ସଂଖ୍ୟାର ବ୍ୟବାହରତ ଜାଣିଲେ ତେବେ କ୍ରିଷ୍ଟାଲ କ’ଣ ପାଇଁ ବ୍ୟବହାର ହୁଏ ଜାଣନ୍ତୁ । କ୍ରିଷ୍ଟାଲର ଗୋଲାକାର ଆକୃତି ସହିତ ଉତ୍ତମ ବିଶ୍ୱାସ ଓ ପରିପୂର୍ଣ୍ଣତା ଦେଇଥା ବୋଲି ବାସ୍ତୁରେ ବିଶ୍ୱାସ କରାଯାଇଥାଏ । ଏହାସହ ଏହା ସମସ୍ତ ନକରାତ୍ମକ ଶକ୍ତିକୁ ଦୂରକରି ଖୁସି ଆଣିଥାଏ । ପିଲାଙ୍କ ପଢାପଢି, ବ୍ୟବସାୟ ବୃଦ୍ଧି ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସହାୟ ହୋଇଥାଏ ।  କ୍ରିଷ୍ଟାଲର ବ୍ୟବହାର ପ୍ରାଚିନ କାଳରୁ କରାଯାଉଥିବାର ବାସ୍ତୁଶାସ୍ତ୍ର ବିଶେଷଜ୍ଞମାନେ କୁହନ୍ତି । ଘରେ, କାର୍ଯ୍ୟାଳୟ ଓ ଦୋକାନରେ ନକରାତ୍ମ ଶକ୍ତି ଦୁର କରିବା ସହ ଶାନ୍ତି, ପ୍ରଗତି ଓ ଶକ୍ତି ପାଇଁ କ୍ରିଷ୍ଟାଲର ବଲ୍, ମାଳ,କଇଁଛ ବ୍ୟବହାର କରାଯାଇଥାଏ । 
ଶୁଦ୍ଧିକରି ଲଗାନ୍ତୁ
କ୍ରିଷ୍ଟାଲ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ଅରଜିନାଲ ଓ ସିନ୍ଥେଟିକ୍ , ସିନ୍ଥେଟିକ୍ କ୍ରିଷ୍ଟାଲ ରେନବୋ କ୍ରିଷ୍ଟାଲ ଭାବେ ଜଣାଯାଏ । କ୍ରିଷ୍ଟାଲକୁ ବ୍ୟବହାର ପୂର୍ବରୁ ଏହାକୁ ଶୁଦ୍ଧି କରିବା ଉଚିତ୍ । ଲୁଣପାଣିରେ ୧ସପ୍ତାହ ରଖିବା ପରେ ଏହାକୁ ପାଣିରେ ଧୋଇ ପରେ କିଛି ସମୟ ଖରାରେ ସୁଖାଇ ଲଗାନ୍ତୁ । ଏହାସହ ଏଥିରୁ ନକରାତ୍ମ ଶକ୍ତି ଦୂର ପାଇଁ କିଛି ମାସ ବ୍ୟବଧାନରେ ଶୁଦ୍ଧି କରିବା ଉଚିତ ବୋଲି ବାସ୍ତୁ ବିତ୍ମାନେ କୁହନ୍ତି । କ୍ରିଷ୍ଟାଲ ଗୁଡ଼ିକୁ ସାଧାରଣତଃ  ଘରର କବାଟ ଓ ଝରକା ପାଖରେ ଲଗାଇବା ଉଚିତ । ଏହାସହ ଅଳ୍ପ ଆଲୋକ ପଢୁଥିବା କୋଠରିରେ ମଧ୍ୟ ଲଗାଇବା ବେଶି ଲାଭଦାୟକ ହୋଇଥାଏ ବୋଲି ବାସ୍ତୁବିତ୍ ମତ ଦିଅନ୍ତି । ସେହିଭଳି ବୈଜ୍ଞାନ ତଥ୍ୟ ଅନୁଯାୟୀ କବାଟ ଓ ଝରକା ପାଖରେ ଲାଗିଥବବା କ୍ରିଷ୍ଟାଲରେ ଆଲୋକ ପଡିବା ଦ୍ୱାରା ଅନ୍ଧାର ସ୍ଥାନ ଆଲୋକିତ ହୋଇଯାଇଥାଏ, ଏହାସହ କ୍ରିଷ୍ଟାଲରେ ସୂର୍ଯ୍ୟରଶ୍ମୀ ପଡ଼ିବା ଦ୍ୱାରା କୋଠରି ଭିତରକୁ ସ୍ୱଛ ଆଲୋକ ପ୍ରତିଫଳିତ ହୋଇଥାଏ । ଏହି ସ୍ୱଚ୍ଛ ଆଲୋକ ସଂସ୍ପର୍ଷରେ ଆସୁଥିବା ବ୍ୟକ୍ତିଙ୍କୁ  ସତେଜ ଅନୁଭବ ହେବା ସହ ସେମାନଙ୍କ ମନରେ ସକ୍ରିୟ ଭାବନା ଯାତ ହୋଇଥାଏ ।