ଓଡିଆନ୍ ନ୍ୟୁଜ

123

ମହିଲାଙ୍କୁ ଷ୍ଟାଇଲସ୍ କରେ ବଲେରନା

Team Odian News |

ମହିଲାଙ୍କୁ ଷ୍ଟାଇଲସ୍ କରେ ବଲେରନା


ଫ୍ୟାସନ୍ ଦୁନିଆରେ ସମୟ କ୍ରମେ ଅନେକ ଜିନିଷ ଆସିଥାଏ ଯାଇଥାଏ । ଏହି ଯିବାଆସିବା ଭିତରେ ଅନେକ  ପୁରୁଣା ଜିନିଷ ମଧ୍ୟ ଫ୍ୟାସନ ସହ ଯୋଡ଼ି ହୋଇଯାଇଥା । କେବଳ ଯୋଡ଼ି ହୋଇଥାଏ ତାହାନୁହେଁ ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟି ଯାଇଥାଏ  । ଯାହା ବର୍ତ୍ତମାନ ବଲେରନା କ୍ଷେତ୍ରରେ ଦେଖା ଦେଇଛି  । ଯଦି ଆପଣ  କିୟୁଟ, ସ୍ମାର୍ଟ ର୍ଗାଲ ଲୁକସ୍ ସହ ପାଦର ଆରାମ ଚାହୁଁଛନ୍ତି ତେବେ ଏଥି ପାଇଁ ସବୁଠୁ ବଲେରନାକୁ ଆପଣାନ୍ତୁ...
       ବର୍ତ୍ତମାନ ଚପଲ ଫ୍ୟାସନରେ ବଲେରନା କ୍ଲାସିକ୍ ଷ୍ଟାଇଲି ବୋଲି କୁହାଯାଉଛି । ଏହା ସବୁ ସମୟରେ ଫ୍ୟାସନେବୁଲ ରହିବା ସହ ପାଦକୁ ସୁନ୍ଦର କରିଥାଏ । ଏଗୁଡ଼ିକ  ସାଧା ରଙ୍ଗଠୁ ଆରମ୍ଭ କରି  ଫ୍ଲୋରଲ ପ୍ରିଣ୍ଟି, ଆନିମଲ ପ୍ରିଣ୍ଟି  ପ୍ରଭୁତି ଡ଼ିଜାଇନ୍ର ବଜାରରେ ମିଳୁଛି । ବିଶେଷ କରି ସାଧା ଓ ଦୁଇଟି ରଙ୍ଗର ମିଶ୍ରଣର ବଲେରନାକୁ ଅଧିକ ଆଗ୍ରହି ହେଉଛନ୍ତି । କେବଳ ସେତିକି ନୁହେଁ ଲେଦରରୁ ଆରମ୍ଭ କରି ୱାଟର ପୃଫ୍ର ବଲେରନା ବଜାରରେ ମିଳୁଛି  । ତେଣୁ ଏହାକୁ ଖରାରୁ ବର୍ଷା ସବୁ ଋତୁରେ ବି ପିନ୍ଧି ପାରିବେ  । ଏହାକୁ ପାଦକୁ ସର୍ଯ୍ୟ କିରଣରୁ ରକ୍ଷା କରିଥାଏ ଓ ସନ ଟ୍ୟାନରୁ ବି । ତେଣୁ ଖରାଦିନେ ଏହାର ବ୍ୟବହାର ଲାଭ ଦାୟକ ।  ଏହାକୁ  ପିନ୍ଧି  କଲେଜ, ଅଫିସ, ମାର୍କେଟ ଓ ପାର୍ଟିକୁ ମଧ୍ୟ  ଯାଇପାରିବେ । ଏହା ଆପଣଙ୍କୁ ସବୁ ସମୟରେ ଷ୍ଟାଇଲିସ୍ ରଖିଥାଏ । ପାର୍ଟି ପାଇଁ ଗୋଲ୍ଡ଼େନ ରଙ୍ଗ ସହ ଷ୍ଟୋନ କାମ ହୋଇଥିବା ବଲେରନା  ପିନ୍ଧି ଯାଆନ୍ତୁ ବେସି ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖା ଯିବେ ।  ଏହାକୁ ଜିନିସ୍ରୁ ଆରମ୍ଭ କରି ଶାଢୀରେ ମଧ୍ୟ ପିନ୍ଧି ବାହାରକୁ ଯାଇ ପାରିବେ ।