ଓଡିଆନ୍ ନ୍ୟୁଜ

177

ପେଟ୍ରୋଲକୁ ଟପିଗଲା ଡିଜେଲ ଦର

Team Odian News |

ପେଟ୍ରୋଲକୁ ଟପିଗଲା ଡିଜେଲ ଦର

 ନୂଆଦିଲ୍ଲୀ,୨୧/୧୦(ଓଡ଼ିଆନ୍ ନ୍ୟୁଜ୍):  ପେଟ୍ରୋଲକୁ ଟପିଲା ଡିଜେଲ ଦର । ତେଲ ବଜାରରେ ବିରଳ ଘଟଣା । କୁହାଯାଉଛି ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଘଟିଛି । ଆଜି ଭୁବନେଶ୍ୱରରେ ପେଟ୍ରାଲ ଦର ଲିଟର ପିଛା ୮୦ ଟଙ୍କା ୫୭ ପଇସା ଥିବାବେଳେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୬୯ ପଇସା । ଅର୍ଥାତ୍ ପେଟ୍ରୋଲ ଠାରୁ ଡିଜେଲ ଦର ୧୨ ପଇସା ଅଧିକ । ବିଶେଷଜ୍ଞଙ୍କ ମତ ଅନୁସାରେ ସାଧାରଣତଃ ଦୁଇଟି କାରଣ ଯୋଗୁଁ ଡିଜେଲ ଦର ବୃଦ୍ଧି ହୋଇଥାଏ । ପ୍ରଥମ କାରଣ ହେଲା, ବେସ ପ୍ରାଇସ୍ ବା ମୂଳ ମୁଲ୍ୟ ଅଧିକ ରହିବା । ଏବଂ ଦ୍ୱିତୀୟ କାରଣଟି ହେଲା, ପେଟ୍ରୋଲ ଓ ଡିଜେଲରେ ସମାନ ହାରରେ ମୂଲ୍ୟଯୁକ୍ତ ଟିକସ । ବଡ଼ କଥା ହେଉଛି ଡିଜେଲ ଦର ବୃଦ୍ଧିର ପ୍ରଭାବ ସାମଗ୍ରିକ ଭାବରେ ଶିଳ୍ପ, କୃଷି, ପରିବହନ ଆଦି କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଏପଟେ ତେଳ ଦର ବୃଦ୍ଧି ରାଜନୀତିରେ ନିଆଁ ଲଗାଉଥିବା  ବେଳେ  କେନ୍ଦ୍ର ରାଜ୍ୟ ତୁତୁ ମେଁ ମେଁ  ହେଉଛନ୍ତି  ।  ଆଉ ଏସବୁ ଭିତରେ ପେଶି ହେଉଛନ୍ତି ସାଧାରଣ ଜନତା ।