ଓଡିଆନ୍ ନ୍ୟୁଜ

164

ସୁନ୍ଦରୀ ପାଇଁ ଲଙ୍କାକାଣ୍ଡ

Team Odian News |

ସୁନ୍ଦରୀ ପାଇଁ ଲଙ୍କାକାଣ୍ଡ ଅନୁଗୁଳ,୨୧/୧୦(ଓଡ଼ିଆନ୍ ନ୍ୟୁଜ୍): ଜରପଡ଼ାରେ NH- ୫୫ ଅବରୋଧ ବେଳେ ପୋଲିସର ଲାଠିମାଡ଼, ଲାଠିମାଡ଼ରେ ୬୦ରୁ ଅଧିକ ଆହତ ଅଭିଯୋଗ, ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଜଣଙ୍କର ମୃତ୍ୟୁ ପ୍ରତିବାଦରେ ହୋଇଥିଲା ରାସ୍ତାରୋକ। ସୁନ୍ଦରୀ ଆକ୍ରମଣରେ ଟାଇଁସି ଗାଁର ତ୍ରିନାଥ ସାହୁଙ୍କ ମୃତ୍ୟୁ ହୋଇଥିଲା। ପୋଲିସର ଲାଠିଚାର୍ଜ ପରେ ଲଙ୍କାକାଣ୍ଡ, ପୋଲିସ ଉପରକୁ ଉତ୍ତ୍ୟକ୍ତ ଲୋକ ଢେଲାମାଡ଼ କରିବା ସହ ପୋଲିସ ଭ୍ୟାନ୍ ଜାଳିଦେଇଛନ୍ତି। ପୋଲିସ ପକ୍ଷରୁ ଫାଙ୍କା ଗୁଳିଚାଳନା, ବ୍ୟାପକ ଫୋର୍ସ ମୁତୟନ କରା ଯାଇଛି। ଅନୁଗୁଳ SPଙ୍କ ଗାଡ଼ି ଭଙ୍ଗାରୁଜା ସହ ଡ୍ରାଇଭର ଆହତ ହୋଇ ଜିଲ୍ଲା ମେଡିକାଲରେ ଚିକିତ୍ସା ହେଉଛି। ପୋଲିସ ପକ୍ଷରୁ ଫାଙ୍କା ଗୁଳିଚାଳନା ପରେ ଶବ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ ଆନ୍ଦୋଳନକାରୀ। କିଛି ବନ କର୍ମଚାରୀଙ୍କୁ ଗାଁଲୋକେ ଅଟକ ରଖିଥିବା ସୂଚନା ମିଳିଛି। ଏହାସହ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଅନୁଗୋଳରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟିମ୍। ଟିମ୍‌ରେ ଅଛନ୍ତି ଓୟୁଏଟି, ନନ୍ଦନକାନନ ଡାକ୍ତର, ଗନ୍ ଆସିଷ୍ଟାଣ୍ଟ, କାଲି ସକାଳେ ଟ୍ରାଙ୍କୁଲାଇଜ୍ କରିବାକୁ ପ୍ରକ୍ରିୟା ଆରମ୍ଭ କରିପାରେ ଟିମ୍।