ଓଡିଆନ୍ ନ୍ୟୁଜ

215

ତିତ୍‌ଲି କ୍ଷୟକ୍ଷତି ପାଇଁ ୨୭୭୦ କୋଟି ଟଙ୍କାର କ୍ଷତିପୂରଣ

Team Odian News |

ତିତ୍‌ଲି କ୍ଷୟକ୍ଷତି ପାଇଁ ୨୭୭୦ କୋଟି ଟଙ୍କାର କ୍ଷତିପୂରଣ 

ଭୁବନେଶ୍ୱର ,୨୨/୧୦(ଓଡ଼ିଆନ୍ ନ୍ୟୁଜ୍): ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କାର୍ଯ୍ୟନିର୍ବାହୀ ବୈଠକ ପରେ SRC ବିଷ୍ଣୁପଦ ସେଠୀଙ୍କ ସୂଚନା ଦେଇ କହିଛନ୍ତି ଯେ  ତିତ୍‌ଲି ବାତ୍ୟାର କ୍ଷୟକ୍ଷତି ପାଇଁ ୨୭୭୦ କୋଟି ଟଙ୍କାର କ୍ଷତିପୂରଣ ଅର୍ଥ  ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।  ଶକ୍ତି ବିଭାଗ ପାଇଁ ୨୭ କୋଟି, ଖାଦ୍ୟ ଯୋଗାଣ ବିଭାଗ ପାଇଁ ୨୦ କୋଟି, ଜଳସମ୍ପଦ ବିଭାଗ ପାଇଁ ୭ କୋଟି, ପୂର୍ତ୍ତ ବିଭାଗକୁ ୫୦ କୋଟି, ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫ କୋଟି, ପ୍ରାଥମିକ ସ୍ୱାସ୍ଥ୍ୟ, ପିଇବା ପାଣି ପାଇଁ ପଞ୍ଚାୟତିରାଜ ବିଭାଗକୁ ୬୨୪ କୋଟି ଟଙ୍କା ଦିଆଯିବା ସହ  ଘର ନିର୍ମାଣ ପାଇଁ ୨୧୪ କୋଟି, ମତ୍ସ୍ୟଜୀବୀଙ୍କୁ ବୋଟ ବାବଦ ୯୩ ଲକ୍ଷ ଟଙ୍କା, ବାଲିଚର ମାଡ଼ିଯାଇଥିବା ଚାଷ ଜମି ପାଇଁ ୬୩ ଲକ୍ଷ ଟଙ୍କା, ସହାୟତା ରାଶି ବାବଦରେ ୧୦୨ କୋଟି ଦିଆଯାଇଛି, ସହାୟତା ରାଶି ପାଇଁ ସମୁଦାୟ ଖର୍ଚ୍ଚ ହେବ ୩୭୫ କୋଟି।