ଓଡିଆନ୍ ନ୍ୟୁଜ

131

ଅକ୍ଟୋବର ୨୯ରେ ଚାଷୀଙ୍କ ମହାସମାବେଶ

Team Odian News |

ଅକ୍ଟୋବର ୨୯ରେ ଚାଷୀଙ୍କ  ମହାସମାବେଶ


ଭୁବନେଶ୍ୱର ,୨୨/୧୦(ଓଡ଼ିଆନ୍ ନ୍ୟୁଜ୍): ଚାଷୀଙ୍କୁ ୫ ହଜାର ଟଙ୍କା ପେନସନ ଦାବିରେ ଚଳିତ ମାସ ୨୯ ତାରିଖରେ  ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ, ରାଜଧାନୀର ରାଜରାସ୍ତାରେ ଏକାଠି ହେବେ ଲକ୍ଷାଧିକ ଚାଷୀ, ନଭେମ୍ବର ୫ ଯାଏ ଚାଲିବ ଏହି ଆନ୍ଦୋଳନ । ଏହାସହ  ପଦଯାତ୍ରା  ମଧ୍ୟ ହେବ। ଏନେଇ ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ରାଜ୍ୟ ସରକାର ଚାଷୀଙ୍କ ଦାବି ପୂରଣ ନକଲେ ଅକ୍ଟୋବର ୨୯ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ଯାଜପୁର ଜିଲ୍ଲା କୁଆଖିଆରୁ ୫୦,୦୦୦ ଲେଖାଏଁ ଚାଷୀ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ଆସିବେ। ନଭେମ୍ୱର ୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶରେ ସେମାନେ ଯୋଗଦେବେ। ସମାବେଶରେ ୩ ଲକ୍ଷରୁ ଅଧିକ ଚାଷୀ ସାମିଲ୍‌ ହେବେ। ପୂର୍ବ ବର୍ଷ ପରି ଏଥର ଚାଷୀମାନଙ୍କୁ କେହି ଅଟକାଇଲେ, ରାଜ୍ୟରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିବ ନବନିର୍ମାଣ କୃଷକ ସଙ୍ଗଠନ।” ସୂଚନା ଥାଉକି ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଦୀର୍ଘ ୮ ବର୍ଷ ହେଲା ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ କରିଆସୁ ଥିବାବେଳେ ରାଜ୍ୟ ସରକାର ସେମାନଙ୍କ ଦାବି ପୁରଣ କରୁ ନାହାଁନ୍ତି । ଏହାର ପ୍ରତିବାଦରେ ସଙ୍ଗଠନ ପକ୍ଷରୁ ପଦଯାତ୍ରା କରାଯିବ। ରାଜ୍ୟର ୨୦ ବର୍ଷରୁ ଊର୍ଦ୍ଧ୍ୱ ୩୬ ଲକ୍ଷ ଚାଷୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ପେନ୍‌ସନ୍‌ ଦିଆଯିବାକୁ ଓ ଏଥିପାଇଁ ବଜେଟ୍‌ରେ ୨୧୬୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ନବନିର୍ମାଣ କୃଷକ ସଙ୍ଗଠନ ଦାବି କରିଆସୁଛି।