ଓଡିଆନ୍ ନ୍ୟୁଜ

141

ଅଭିଜିତ୍ ଆୟର ଗିରଫ

Team Odian News |

ଅଭିଜିତ୍ ଆୟର ଗିରଫ 


ଭୁବନେଶ୍ୱର,୨୩/୧୦(ଓଡ଼ିଆନ୍ ନ୍ୟୁଜ୍):  ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଶହୀଦ ନଗର ଥାନାରେ ଦାୟର ହୋଇଥିବା ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଜିତଙ୍କ ଗିରଫଦାରି ନେଇ କମିଶନରେଟ୍‌ ପୁଲିସ ଏସିପି ସ୍ପଷ୍ଟ କରିଛନ୍ତି। ଅଭିଜିତ୍‌ ଆଜି ଶହୀଦନଗର ଥାନାରେ ହାଜର ହୋଇଥିଲେ। ପୁଲିସ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଘନ ଘନ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ କରାଯିବା ପରେ ଆୟରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ତାଙ୍କୁ ପ୍ରଥମେ ଶହୀଦ ନଗର ଥାନାକୁ ଅଣାଯିବ। ସହ  ପରବର୍ତ୍ତୀ ନିଷ୍ପତ୍ତି  ବିଷୟରେ ଜଣାପଡି ନାହିଁ । ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ପୁଣିଥରେ କ୍ଷମା ପ୍ରାର୍ଥନା କରିଥିଲେ ଅଭିଜିତ। ଗୃହ କମିଟିରେ  ତାଙ୍କ ବୟାନ ରେକର୍ଡ କରାଯାଇଛି ଓ ତାଙ୍କୁ ପୁଣିଥରେ ନଭେମ୍ବର ୨ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।