ଓଡିଆନ୍ ନ୍ୟୁଜ

182

ଅକେନ୍ଦ୍ରକୁ ଧକା : ଗୋପନୀୟତା ମୌଳିକ ଅଧିକାର ସୁପ୍ରିମ କୋର୍ଟ

Team Odian News |

ଅକେନ୍ଦ୍ରକୁ ଧକା : ଗୋପନୀୟତା ମୌଳିକ ଅଧିକାର ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ଭାରତୀୟ ନାଗରିକଙ୍କ ପାଇଁ ରହିଥିବା ଅଧିକାରରେ ଆଉ ଏକ ଅଧିକାର ଯୋଡ଼ି ହୋଇ ଯାଇଛି ତାହା ହେଉଛି ଗୋପନିୟତା ଅଧିକାର  । ଗୋପନିୟତା ଏକ ମୌଳିକ ଅଧିକାର ଭାବେ ସୁପ୍ରିମ କୋର୍ଟ  ଦେଇଥିବା  ଐତିହାସିକ ରାୟରେ ପ୍ରକାଶ କରିଛନ୍ତି ଯେ, ଗୋପନିୟତା ଅଧିକାର ଜୀବନ ଗତ ଅଧିକାର ସହିତ  ଅନ୍ତର୍ନିହିତ ।  କେବଳ ସେତିକି ନୁହେଁ ଏହି ରାୟ ପ୍ରକାଶ କରିବା ସହିତ ଗୋପନିୟତା ମୌଳିକ ଅଧିକାର ନୁହେଁ  ଦର୍ଶାଇ ମାମଲା ଦାୟର କରିଥିବା ଜଣାଶୁଣା ଏମ୍ପି ଶର୍ମାଙ୍କ ଅଭିଯୋଗକୁ  ମଧ୍ୟ ଖାରଜ କରିଦେଇଛନ୍ତି ।  ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରକାଶ ପୂର୍ବରୁ ଏହି ମାମଲାର ବିଚାର କରି ୮ଜଣ ବିଚାରପତି ରାୟ ଦେଇଥିଲେ ଯେ ଗୋପନିୟତା ଏକ ମୌଳିକ ଅଧିକାର ନୁହେଁ । ହେଲେ ସୁପ୍ରିମ କୋର୍ଟଙ୍କ ରାୟ ଭାରତୀୟ ନାଗରୀକଙ୍କ ପାଇଁ ଅନେକ ଆଶା ଓ ଉକ୍ରଣ୍ଠା ଆଣି ଦେଇଛି ।  କିପରି ଆରମ୍ଭ ହୋଇଥିଲଏହି ଗୋପନିୟତା ମାମଲା ସେହି ବିଷୟରେ କିଛି ତଥ୍ୟ  ।
ଗୋପନିୟତା ମାମଲାର ଆରମ୍ଭ
ସରକାର ଆଧାରକୁ ବାଧ୍ୟତା  ମୂଳକ କରିବେ କି ? ଏ ନେଇ  ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବାକୁ ଥିବା  ସମୟରେ ଏହି ଗୋପନିୟତା ମାମଲା ଲୋକଲୋଚନକୁ ଆସିଥିଲା । ଶ୍ୟାମ ଦିବାନ ନାମକ ଜଣେ ବ୍ୟକ୍ତି ଏ ନେଇ ଅଭିଯୋଗ ଦାଖଲ କରିଥିଲେ । ସେ କହିଥିଲେ ଯେ “ଆଧାର ବାଧ୍ୟତା ମୂଳକ ହେବା ଫଳରେ ଏହା ଗୋପନିୟତା ଅଧିକାରର ଉଲଙ୍ଘନ କରିବା ସହ ଏହା ବ୍ୟକ୍ତିଗତ ତଥ୍ୟକୁ ଦୁର୍ବଳ କରି ଦେଇଥାଏ” ।  ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ଏହାର ଘୋର ବିରୋଧ କରାଯିବା ସହ କୁହାଯାଇଥିଲା ଯେ “ନାଗରିକ ଗୋପନିୟତା ରଖିବା ଏକ ମୌଳିକ ଅଧିକାର ନୁହେଁ” । ଏପରି ବି ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଜି କହିଥିଲେ ଯେ, “ ନାଗରିକର ନିଜ ଶରୀରର ଐକାନ୍ତିକ ଅଧିକାର ମଧ୍ୟ ନାହିଁ” । ହେଲେ ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ରକୁ ଏକ ଶକ୍ତ ଝଟକା ଦେବାସହ  କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଭୁଲ ପ୍ରମାଣିତ କରିଛି ।
ଭାରତରେ ଗୋପନିୟତା ଅଧିକାରର ଅର୍ଥ  ଓ ଅଭିଯୋଗକାରିଙ୍କ ମତ
ଏହାସତଯେ ଭାରତୀୟ ସମ୍ବିଧାନରେ ଗୋପନିୟତା ଅଧିକାରକୁ ମୌଳିକ ଅଧିକାର ଭାବେ ଲେଖାଯାଇ ନାହିଁ  । ସମ୍ବିଧାନରେ ସିଧା ସିଧା ଲେଖା ରହିଛି ଯେ ଅର୍ଟିକିଲ ୧୯ ଓ ୨୧ ,ଜୀବନ ଓ ସ୍ୱତନ୍ତ୍ରତା ଅଧିକାର ପାଇଁ କାମକରିଥାଏ । ଗୋପନିୟତା ଅଧିକାର ନେଇ ମାମଲା ରୁଜୁ କରିଥିବା ଶ୍ୟାମ ଦିବାନ ଯୁକ୍ତି କରିଛନ୍ତି ଯେ  “ଶରୀର ଅଖଣ୍ଡତା ଉପରେ ପ୍ରହାର କରିବା ବା ତାକୁ ଭଙ୍ଗ କରିବାର ଅଧିକାର କେବଳ ଜଣକୁ ଦେବା ଉଚିତ୍ । ଏହାସହ ସେ କହିଛନ୍ତି ଯେ ଆଜିର ଡ଼ିଜିଟାଲ ଯୁଗରେ ବ୍ୟକ୍ତିର ଗୋପନିୟତା ଅଧିକାର ନରହିଲେ କୌଣସି ବି ଆଇନକୁ ପ୍ରଚଳିତ କରାଯାଇ ପାରିବ  ଓ ନାଗରିକମାନଙ୍କୁ  ଅଶାହ୍ୟ ଭାବେ ଛାଡ଼ି ଦିଆଯିବ” ।  ସେହିଭଳି ସାମାଜିକ କର୍ମି ଅନକିଲ କହିଛନ୍ତି ଯେ “ଭାରତର ଲୋକ ସଂଖ୍ୟା ବର୍ତ୍ତମାନ ୧୦୪ କୋଟି ହେବ । ଯଦି ସେମାନେ ତାଙ୍କର ମୂଳ ଅଧିକାର ଗୋପନିୟତାକୁ ହରାଇ ଦିଅନ୍ତି ତେବେ ଏହା ଦୁନିଆ ପାଇଁ ଏକ ବଡ଼ ବାଧକ ସାଜିବ” । 
ସରକାରଙ୍କ ମତ କିପରି ଥିଲା
ଗୁଜୁରାଟ ପକ୍ଷରୁ ଉପସ୍ଥିତ  ଓକିଲ ରାକେଶ ଦିଭେଦି କହିଥିଲେ ଯେ “ଆମେରିକାରେ ଗୋପନିୟତା ଅଧିକାର ରହିଛି  । ହେଲେ ଲାଡ଼େନକୁ ଧରିବା ସମୟରେ ଗୋଟିଏ ପରିବାର ଗୋପନିୟତା ଅଧିକାରକୁ କିପରି ହାନକରା ଗଲା” । ଏହାସହ ସେ ସହମତି ଜଣାଇ କହିଛନ୍ତି ଯେ ଅନ୍ୟ ଅଧିକାର ସହ ଏହା ଅନ୍ତର୍ନିହିତ ରହିଥିଲା । ଯଦି ଏହା ହୁଏ ତେବେ  ଏହି ଗୋପନିୟତା ଅଧିକାରକୁ ଏକ ସ୍ୱତନ୍ତ୍ର ମୌଳିକ ଅଧିକାର ଭାବେ ଅନୁମୋଦନ କରିବାର ଆବଶ୍ୟକତା କ’ଣ ରହିଥିଲା?  ତାଙ୍କ ମତରେ ଗୋପନିୟତାକୁ ଅସମର୍ଥ ଶବ୍ଦରେ ପରିଭାଷିତ କରାଯାଉଛି ।   
ସୁପ୍ରିମ କୋର୍ଟ କଣ କହନ୍ତି
ଗୋପନିୟତା ମୌଳିକ ଅଧିକାର ଭାବେ ଶୁଣାଣି ସମୟରେ ୯ଜଣ ବିଚାର ପତିଙ୍କୁ ନେଇ ଏକ ଖଣ୍ଡପିଠ ଗଢା ଯାଇଥିବା ବେଳେ ଏହି ଖଣ୍ଡ ପିଠ କହିଥିଲେ ଯେ ଗୋପନିୟତା ଅଧିକାର ସମ୍ପୁର୍ଣ୍ଣ ନଥିଲା । ଗୋପନିୟତା ତିନି ଭାଗରେ ବିଭକ୍ତ ଅନ୍ତରଙ୍ଗ, ବ୍ୟକ୍ତିଗତ ଓ ସର୍ବସାଧାରଣ । ଅନ୍ତରଙ୍ଗ ଶ୍ରେଣୀରେ ଜଣେ ବ୍ୟକ୍ତି ଯାହାକୁ  ବିବାହ କରିବାକୁ ବା ତାହାସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁବ କରିପାରିବ ,ଏଥିରେ ରାଜ୍ୟସରକାର ହସ୍ତ ଖେପ କରିପାରିବେ ନାହିଁ   । ହେଲେ ବ୍ୟକ୍ତିଗତ ଓ ସର୍ବସାଧାରଣ କ୍ଷେତ୍ରରେ ସେଭଳି କରିପାରିବ ନାହିଁ  ।