ଓଡିଆନ୍ ନ୍ୟୁଜ

160

ତିତଲି ପରେ କାଲିଠୁ ଚାଲିବ ପୁରୀ-ଗୁଣପୁର ଓ ବିଶାଖାପାଟଣା-ଗୁଣପୁର ପାସେଞ୍ଜର ଟ୍ରେନ

Team Odian News |

ତିତଲି ପରେ କାଲିଠୁ ଚାଲିବ ପୁରୀ-ଗୁଣପୁର ଓ ବିଶାଖାପାଟଣା-ଗୁଣପୁର ପାସେଞ୍ଜର ଟ୍ରେନ 

ଭୁବନେଶ୍ୱର,୨୩/୧୦(ଓଡ଼ିଆନ୍ ନ୍ୟୁଜ୍): ବାତ୍ୟା ତିତଲି ପ୍ରଭାବରେ ଧ୍ୱସ୍ତ ନୌପଡ଼ା-ଗୁଣପୁର ରେଳ ଲାଇନ ମରାମତି କାର୍ଯ୍ୟ ଶେଷ ହୋଇଛି।  ଏହାସହ ଆଜି ପରୀକ୍ଷାମୂଳକ ଭାବେ ଖାଲି ଇଂଜିନ ଓ ଖାଲି ଟ୍ରେନ ଚାଲି ଥିବା ବେଳେ  ଆସନ୍ତାକାଲିଠାରୁ ଉକ୍ତ ଲାଇନ୍‌ରେ ପୁରୀ-ଗୁଣପୁର ଓ ବିଶାଖାପାଟଣା-ଗୁଣପୁର ପାସେଞ୍ଜର ଟ୍ରେନ ଚାଲିବ। ୨୮ରୁ ନିୟମିତ ଭାବେ ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ  ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।