ଓଡିଆନ୍ ନ୍ୟୁଜ

196

ରାଉରକେଲା - ପୁରୀ ପାସେଞ୍ଜର ଚାରି ଦିନ ଆଂଶିକ ବାତିଲ I

Team Odian News |

ରାଉରକେଲା - ପୁରୀ ପାସେଞ୍ଜର ଚାରି ଦିନ ଆଂଶିକ ବାତିଲ I ଭୁବନେଶ୍ୱର,୨୫/୧୦(ଓଡ଼ିଆନ୍ ନ୍ୟୁଜ୍): ସମ୍ବଲପୁର ଓ ରେଢ଼ାଖୋଲ ଷ୍ଟେସନ ମଧ୍ୟରେ ରେଳବାଇ ବିଦ୍ୟୁତୀକରଣ ସମ୍ବନ୍ଧୀୟ ନିରାପତ୍ତା କାର୍ଯ୍ୟ ଯାଞ୍ଚ କରିବାପାଇଁ ଚଳିତ ମାସ ୨୬ ତାରିଖ (ଶୁକ୍ରବାର) ଠାରୁ ୨୯ ତାରିଖ (ସୋମବାର) ପର୍ଯ୍ୟନ୍ତ ଚାରି ଦିନ ୫୮୧୩୧/୫୮୧୩୨ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏହା ସହ ଉଭୟ ଦିଗରୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବେଳେ ସମ୍ବଲପୁର ଓ ପୁରୀ ମଧ୍ୟରେ ବାତିଲ କରାଯିବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଅଛି I