ଓଡିଆନ୍ ନ୍ୟୁଜ

144

ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲଢି ପାରିବେନି: ସୁପ୍ରିମକୋର୍ଟ

Team Odian News |

ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲଢି ପାରିବେନି: ସୁପ୍ରିମକୋର୍ଟ ଭୁବନେଶ୍ୱର,୨୬/୧୦(ଓଡ଼ିଆନ୍ ନ୍ୟୁଜ୍): ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲଢି ପାରିବେନି । ଏହା ସହ ଯଦି କୌଣସି ପଂଚାୟତ ପ୍ରତିନିଧି ଥିବା ବ୍ୟକ୍ତିଙ୍କ ତୃତୀୟ ସନ୍ତାନ ଜନ୍ମ ନିଏ ତେବେ ମଧ୍ୟ ସେ ଏହି ପଦ ପାଇଁ ଅଯୋଗ୍ୟ ଘୋଷିତ ହେବେ। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତୃତୀୟ ସନ୍ତାନ ଜନ୍ମ ନେବା ମାତ୍ରେ ପଂଚାୟତ ପ୍ରତିନିଧି ସ୍ୱତଃ ନିଜ ପଦ ପାଇଁ ଅଯୋଗ୍ୟ ହୋଇଯିବେ । ଓଡିଶାର ଜଣେ ଆଦିବାସୀ ସରପଞ୍ଚଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ସରପଞ୍ଚ ଜଣକ ଆବେଦନ କରିଥିଲେ ଯେ ସେ ତାଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ପୋଷ୍ୟପୁତ୍ର ଭାବେ ଅନ୍ୟ ଜଣଙ୍କୁ ଦେଇ ସାରିଛନ୍ତି । ତେଣୁ ସେ ନିଜ ପଦରେ ରହି ପାରିବେ । କିନ୍ତୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ତୃତୀୟ ସନ୍ତାନ ଜନ୍ମ ଦେବା ମାତ୍ରେ ହିଁ ସଂପୃକ୍ତ ପିଲାର ବାପା କିମ୍ବା ମାଆ ସ୍ୱତଃ ନିଜ ପଦ ପାଇଁ ଅଯୋଗ୍ୟ ହୋଇଯିବେ ।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଏସ୍.କେ. କୌଲ ଓ କେ.ଏମ. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।