ଓଡିଆନ୍ ନ୍ୟୁଜ

128

BSFର ଆଇଜି ହେଲେ ଯୋଗେଶ ବାହାଦୂର ଖୁରାନିଆ

Team Odian News |

BSFର ଆଇଜି ହେଲେ ଯୋଗେଶ ବାହାଦୂର ଖୁରାନିଆ ଭୁବନେଶ୍ୱର,୨୬/୧୦(ଓଡ଼ିଆନ୍ ନ୍ୟୁଜ୍): ଓଡ଼ିଶା କ୍ୟାଡର IPS ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ଡର ସିକ୍ୟୁରିଟି ଫୋର୍ସ (BSF)ର ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କୁ BSFର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ଭୁବନେଶ୍ୱର-କଟକ କମିଶନରେଟର ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। ନିଯୁକ୍ତିର ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ଖୁରାନିଆଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଏଡିଜି ଭାବେ ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି। ଅସିତ ପାଣିଗ୍ରାହୀଙ୍କୁ କମ୍ୟୁନିକେସନର ଅତିରିକ୍ତ ଦାୟିତ୍ୱ ମିଳିଛି।