ଓଡିଆନ୍ ନ୍ୟୁଜ

127

ଚିଲିକାରେ ହେଲିକପ୍ଟର ଉଡ଼ାଣ ମାମଲା: ବୈଜୟନ୍ତଙ୍କୁ ଡିଜିସିଏଙ୍କ କ୍ଲିନ୍‌ଚିଟ୍‌

Team Odian News |

ଚିଲିକାରେ ହେଲିକପ୍ଟର ଉଡ଼ାଣ ମାମଲା: ବୈଜୟନ୍ତଙ୍କୁ ଡିଜିସିଏଙ୍କ କ୍ଲିନ୍‌ଚିଟ୍‌


ଭୁବନେଶ୍ୱର,୨୬/୧୦(ଓଡ଼ିଆନ୍ ନ୍ୟୁଜ୍):ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ମାମଲା, ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଡିଜିସିଏର ଚିଠି । ହେଲିକପ୍ଟର ଉଡ଼ାଣରେ ଡିଜିସିଏ ଆଇନର ଉଲ୍ଲଂଘନ ହୋଇନାହିଁ  ବୋଲି ଏହି ଚିଠିରୁ  ସୂଚନା  ମିଳିଛି । ବୈଜୟନ୍ତଙ୍କୁ ଡିଜିସିଏଙ୍କ କ୍ଲିନ୍‌ଚିଟ୍‌ ମିଳିବା ପରେ ଏନେଇ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ  କହିଛନ୍ତି , ଡିଜିସିଏ ରିପୋର୍ଟ  ପାଇଛୁ, ଅନୁଧ୍ୟାନ ।  ବୈଜୟନ୍ତଙ୍କୁ କ୍ଲିନ୍‌ଚିଟ୍‌ ନେଇ ବିଜେଡି ପକ୍ଷରୁ .ପ୍ରତିକ୍ରିୟା ପ୍ରକାଶ କଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ,ଆରମ୍ଭରୁ ସ୍ପଷ୍ଟ ଭାବେ କୁହାଯାଇଛି, ଆଇନ ତା’ ବାଟରେ ଯିବ,ଯଦି କିଛି ଉଲ୍ଲଂଘନ ହୋଇଥିବ, ଆଇନ ଅନୁଯାୟୀ ଦଣ୍ଡିତ ହେବେ, ଯଦି କିଛି ଉଲ୍ଲଂଘନ ହୋଇନଥିବ, ତେବେ କିଛି ଅସୁବିଧା ନାହିଁ। ଡିଜିସିଏଙ୍କ କ୍ଲିନ୍‌ଚିଟ୍ ପରେ ରାଜ୍ୟ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି । ବେଆଇନ ଉଡ଼ାଣ କହି ବୈଜୟନ୍ତଙ୍କ  ହ୍ୟାଙ୍ଗର ସିଜ୍ କରିଥିଲା ପୁଲିସ, ହ୍ୟାଙ୍ଗରରେ ଥିବା ସମସ୍ତ ୩ଟି ହେଲିକପ୍ଟର ସିଜ୍ କରାଯାଇଥିଲା । ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ଥିଲେ ବି ୩ଟିକୁ ସିଜ୍ କରିଥିଲା।