ଓଡିଆନ୍ ନ୍ୟୁଜ

153

ଦୀପାବଳୀରେ ବେଆଇନ ବାଣ ବିକ୍ରି ଉପରେ ରୋକ

Team Odian News |

ଦୀପାବଳୀରେ ବେଆଇନ ବାଣ ବିକ୍ରି ଉପରେ  ରୋକ 


କଟକ,୨୬/୧୦(ଓଡ଼ିଆନ୍ ନ୍ୟୁଜ୍): ପୋଲିସ ମୁଖ୍ୟାଳୟରେ ଆଜି  ଡିଜିପି ଆର୍‌.ପି. ଶର୍ମା ପ୍ରେସ୍‌ମିଟ ଡାକିବା ସହ  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ସବୁ ଥାନାକୁ  ନିର୍ଦେଶ ଜାରି ହେବ ବୋଲି ସୂଚନା ଦେଇଛନ୍ତି । ଏହା ସହ  ଦୀପାବଳୀରେ ବେଆଇନ ବାଣ ବିକ୍ରି ଉପରେ  ରୋକ ଲାଗାଯିବା ନେଇ ସେ ସ୍ପଷ୍ଟ କରିଛନ୍ତି । ସ୍କୁଲ, ଡାକ୍ତରଖାନା ଓ ସମ୍ବେଦନଶୀଳ ଜାଗାରେ ବାଣଫୁଟା ମନା, କୌଣସି କାର୍ଯ୍ୟକ୍ରମରେ ଗଣ୍ଡଗୋଳ ହେଲେ ଆୟୋଜକ ବି ଦାୟୀ ରହିବେ ବୋଲି ସେ କହିଥିଲେ । ରାତି ୮ରୁ ୧୦  ଭିତରେ ବାଣ ଫୁଟେଇବା ପାଇଁ ଅନୁମତି  ମିଳିବ ।