ଓଡିଆନ୍ ନ୍ୟୁଜ

165

ତନ୍ତୁ ସେବନର ଉପକାରିତା

Team Odian News |

ତନ୍ତୁ ସେବନର  ଉପକାରିତା
ଅନ୍ତ୍ରନଳୀ  ଓ ଶରୀରର ସୁସ୍ଥତା ପାଇଁ ତନ୍ତୁ ବା ତନ୍ତ୍ୁ ଯୁକ୍ତ ଖାଦ୍ୟର ଆବଶ୍ୟକତା ନିହାତି ଭାବରେ ରହିଛି । ହେଲେ ଅନେକ ସମୟରେ ଶରୀରରେ ଏହାର ଅଭାବ ଦେଖାଯିବା ସହ ଅନେକ ସମସ୍ୟା ସୃଷ୍ଟି କରିଥାଏ । ପ୍ରାୟ ଅଧିକାଂଶ ବ୍ୟକ୍ତି ଭିଟାମିନ୍ “ସି”, “ଏ”, ଓ “ଡି”କୁ ଯେତିକି ଗୁରୁତ୍ୱ ଦେଇଥାନ୍ତି ଅନ୍ୟ କୌଣସି ଭିଟାମିନକୁ ସେପରି ଗୁରୁତ୍ୱ ଦିଅନ୍ତି ନାହିଁ । ଏପରିବି ତନ୍ତୁ ଯୁକ୍ତ ଖାଦ୍ୟକୁ ବି ନୁହେଁ  । ଯାହାଫଳରେ ଭାରତର ଅଧିକାଂଶ ଲୋକଙ୍କ ପାଖରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଉଛି । ହେଲେ ଆସନ୍ତୁ ଜାଣିବା କେତେପରିମାଣରେ ଓ କିପରି ତନ୍ତୁ ବୃଦ୍ଧି କରି  ଶରୀରକୁ ଶୁସ୍ଥ ରଖିହେବ ।
ତନ୍ତୁ ପରିମାଣ 
୨୦୦୦ କ୍ୟାଲୋରି ଖାଦ୍ୟ ଗ୍ରହଣ କରୁଥିବ ପୁରୁଷମାନଙ୍କ ପାଇଁ ଦୈନିକ ୩୮ଗ୍ରାମ ତନ୍ତୁ ଆବଶ୍ୟକ ରହିଥିବା ବେଳେ ମହିଳାଙ୍କ ପାଇଁ ୨୮ଗ୍ରାମ ଓ ୧୮ରୁ ୧୪ ବର୍ଷ ମଧ୍ୟରେ ପିଲାମାନଙ୍କୁ ୩୦ ଗ୍ରାମ ଆବଶ୍ୟକତା ରହିଥାଏ । ଅଜାଣତରେ ଆମ ଦେଶର ଅଧିକାଂଶ ମହିଳା ଓ ପୁରୁଷ ତନ୍ତୁ ଅଭାବ ଜନିତ ରୋଗର ଆକ୍ରାନ୍ତ ହୋଇଥାନ୍ତି । ବିଶେଷ କରି ସହରାଞ୍ଚଳରେ । ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ବହୁ ପୁରୁଣା ଓ  କୋଷ୍ଠ କାଠିନ୍ୟ ସମସ୍ୟା ମୁଣ୍ଡ ଟେକୁଛି । ଏହାର କାରଣ ହେଉଛି ଆଧୁନିକି କରଣ ଓ ଜଙ୍କ ଫୁଡ଼ ଖାଇବା ।
ତନ୍ତୁ ସେବନର ଆବଶ୍ୟକତା
ତନ୍ତୁ ସେବନ ଦ୍ୱାରା ଆମ ଶରୀର ଶୁସ୍ଥ ରହିବା ସହ ଅନେକ କଲ୍ୟାଣ ସାଧନ କରିଥାଏ  । ଯେପରି
ଓଜନ କମାଇବାରେ ସହାୟକ ହୁଏ: ତନ୍ତୁ ସେବନ ଦ୍ୱାରା ଖାଦ୍ୟର ସନ୍ତୁଷ୍ଟତା ଆଶିଥାଏ ।  ଏହାସହ ଯେଉଁମାନେ ଫ୍ଲୁ ରୋଗର ପିଡ଼ିତ ହୋଇଥାନ୍ତି ସେମାନଙ୍କର ଏହି  ସମସ୍ୟା ଦୁରକରିବା ସହ ଆରୋଗ୍ୟ ଦେଇଥାଏ । 
ପୁରୁଣା ରୋଗର ଉପଚାର
ଶରୀରରେ କୋଲଷ୍ଟ୍ରମ ସନ୍ତୁଳନ ରକ୍ଷା ପାଇଁ ତନ୍ତୁର ଆବଶ୍ୟକତା ରହିଥାଏ । ଏହାସହ ହୃଦରୋଗ ଓ ମଧୁମେହ ଜନିତ କ୍ଷତକୁ ଭଲ କରିବାରେ ତନ୍ତୁ ଶେବନ ସହାୟ ହୋଇଥାଏ । 
ପାଚନ ପକ୍ରିୟା ଠିକ୍ ରହେ
ଉଚ୍ଚ ତନ୍ତୁ ସେବନ ଅଣ୍ଟି ମାଇକ୍ରୋବିଆଲ  ହୋଇଥାଏ   । ଏହାସହ ଏହା ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ କୋଷ୍ଠକାଠିନ୍ୟ ଓ ପେଟ ଗଡ଼ବଡ଼ି ଭଲ କରିବାରେ ସହାୟ ହୋଇଥଏ ।
କେମିତି ବଢାଇ ବେ ତନ୍ତୁ ସେବନ
ତନ୍ତୁ  ବ୍ଲାକ ବିନ୍  ଓ କିଡ଼ିନ ବିନ୍ ରେ ଅଧିକମାତ୍ରାରେ ଥାଏ  । ଏହାସହ ବିଭିନ୍ନ ପ୍ରକାର ଫଳ, ଓଟସ୍ ଓ ପନିପରିବାରେ ରହିଥାଏ । ଏହି ସବୁ ଜିନିଷ ଆପଣଙ୍କୁ ବଜାର ସହିତ ଆପଣଙ୍କ ବାରିବଗିଚାରୁ ମଳି ପାରିବ । ଏହାସହ ସର୍ବଦା ତନ୍ତୁଯୁକ୍ତ ଖାଦ୍ୟ  ସିଧାସଳଖ ଖାଇବାକୁ ଚେଷ୍ଟାକରନ୍ତୁ  । ଯେପରି ଫଳ ଜୁସ କରି ପିଇବା ବଦଳରେ ସିଧାସଳଖ ଫଳ ଖାଇବା ।