ଓଡିଆନ୍ ନ୍ୟୁଜ

140

୩୧ରେ ଷ୍ଟ୍ୟାଚୁ ଅଫ୍‌ ୟୁନିଟି ଉନ୍ମୋଚିତ ହେବ

Team Odian News |

୩୧ରେ ଷ୍ଟ୍ୟାଚୁ ଅଫ୍‌ ୟୁନିଟି ଉନ୍ମୋଚିତ ହେବ 

ଅହମଦାବାଦ,୨୯/୧୦(ଓଡ଼ିଆନ୍ ନ୍ୟୁଜ୍):  ଆଗାମୀ ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନର୍ମଦା ନଦୀକୂଳରେ ନିର୍ମିତ ଲୌହମାନବ ପଟେଲଙ୍କ ମୂର୍ତ୍ତି(ଷ୍ଟ୍ୟାଚୁ ଅଫ୍‌ ୟୁନିଟି)କୁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ। ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବାକୁ ଥିବା ଏହି ସ୍ଥାନ ବୁଲିବାକୁ ପର୍ଯ୍ୟଟକମାନେ ଏବେଠାରୁ ଚିନ୍ତା କରୁଛନ୍ତି। ଏବେ  ପର୍ଯ୍ୟନ୍ତ ବିଶ୍ୱରେ ଯେତେ ଗୁଡ଼ିଏ ମୂର୍ତ୍ତି ନିର୍ମାଣ ହୋଇଛି, ପଟେଲଙ୍କ ମୂର୍ତ୍ତି ସବୁଠାରୁ ଉଚ୍ଚ। ରହିଛି।  ଉଚ୍ଚତା ଦୃଷ୍ଟିରୁ ଏହି ମୂର୍ତ୍ତି ୬୦ ମହଲା କୋଠା ସହିତ ସମକକ୍ଷ। ପ୍ରଧାନମନ୍ତ୍ରୀ ମୋଦି  ରବିବାର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି, ସର୍ଦ୍ଦାର ପଟେଲ ଯେଉଁ ପବିତ୍ର ମାଟିରେ ଜନ୍ମ ଗ୍ରହଣ କରିଥିଲେ, ସେଠାକାର ଆକାଶର ଶୋଭାକୁ ମଧ୍ୟ ବଢ଼ାଇବେ। ଚୀନର ସ୍ପ୍ରିଙ୍ଗ ବୁଦ୍ଧ ପ୍ରତିମା ୧୨୦ ମିଟର ଥିବା ବେଳେ ନ୍ୟୁୟର୍କସ୍ଥିତ ଷ୍ଟ୍ୟାଚୁ ଅଫ୍‌ ଲିବର୍ଟିର ଉଚ୍ଚତା ହେଉଛି ୯୦ ମିଟର। ମାତ୍ର ପଟେଲଙ୍କ ମୂର୍ତ୍ତିର ଉଚ୍ଚତା ୧୮୨ ମିଟର, ଯାହାକୁ ଭାରତୀୟ ଏବଂ ଚୀନ ଶ୍ରମିକମାନେ ନିର୍ମାଣ କରିଛନ୍ତି।