ଓଡିଆନ୍ ନ୍ୟୁଜ

112

ବେସନ ବର୍ଫି

Team Odian News |

ବେସନ ବର୍ଫି


୨୯/୧୦(ଓଡ଼ିଆନ୍ ନ୍ୟୁଜ୍): ଦୀପାବଳିର ମଜା ସମସ୍ତଙ୍କ ପାଇଁ ନିଆରା ହୋଇଥାଏ । ବିଶେଷ କରି ବିଭିନ୍ନ ପ୍ରକାର ମିଠା ଓ ଖାଦ୍ୟ ଦୀପାବଳିର ମଜାକୁ  ଦୁଇଗୁଣା କରିଦିଏ। ତେବେ ଏଥର ଦୀପାବଳିରେ ଘର ବନାନ୍ତୁ ବେସନ ବର୍ଫି। ଏହା ଖାଇବାକୁ ଯେମିତି ସୁଆଦିଆ ଦେହ ପାଇଁ ହିତକର ମଧ୍ୟ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ  କଡ଼େଇରେ କିଛି ଘିଅ ପକାଇ ଗରମ କରନ୍ତୁ। ସେଥିରେ ବେସନ ଓ ସୁଜି ପକାଇ କିଛି ସମୟ ଭାଜନ୍ତୁ। କିଛି ସମୟ ଭଲ ଭାବରେ ଭାଜିବା ପରେ ଏହାର ରଙ୍ଗ ବଦଳି ଏଥିରୁ ହାଲକା ବାସ୍ନା ଆସିଲେ, କ୍ଷୀର, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏସବୁ ଭଲଭାବେ ମିଶିଗଲେ ଓ ଟିକେ ଶୁଖିଲା ହୋଇଆସିଲେ, ଜାଳ  ବନ୍ଦ କରି ଦିଅନ୍ତୁ। ଏହାପରେ ସେହି ମିଶ୍ରଣକୁ  ଏକ ପ୍ଲେଟ୍‌ରେ ବାହାର କରି  ଖେଳାଇ ରଖନ୍ତୁ। .ଉପରେ ପିସ୍ତା ଓ ଆଲମଣ୍ଡ୍‌ ଦେଇ ସଜାନ୍ତୁ। . ପ୍ଲେଟ୍‌କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ନିଜ ପସନ୍ଦର ଆକୃତିରେ କାଟି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ବେସନ ବର୍ଫି ।