ଓଡିଆନ୍ ନ୍ୟୁଜ

142

ଫ୍ୟାଶନରେ ମୁଦି...

Team Odian News |

ଫ୍ୟାଶନରେ ମୁଦି...


 ହାତର ସୋନ୍ଦର୍ଯ୍ୟ ବୃଦ୍ଧି କରିବା ସହ ବ୍ୟକ୍ତିତ୍ୱର ପରିପ୍ରକାଶ କରିଥାଏ ମୁଦି । ଆଜିର ସମୟରେ ଝିଅମାନେ ଟ୍ରାଡିସନାଲ୍ ସୁନା ମୁଦି ବଦଳରେ ଫ୍ୟାଶନେବଲ୍ ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଜାଣନ୍ତୁ ହାତକୁ ଫ୍ୟାଶନେବଲ୍ ଲୁକ୍ ଦେବା ପାଇଁ କିପରି ଡିଜାଇନର ମୁଦି ପିନ୍ଧି ପାରିବେ...


ଫୁଲ୍ ଫିଙ୍ଗର ରିଙ୍ଗ୍- ଏହି ମୁଦିର ଡିଜାଇନ୍ ଆଙ୍ଗୁଠି ଆରମ୍ଭରୁ ଲମ୍ବି ଥାଏ । ଏହି ଫୁଲ୍ ଫିଙ୍ଗର ରିଙ୍ଗ୍ ଆଙ୍ଗୁଳିକୁ ଏକ ପରିପୂର୍ଣ୍ଣ ଲୁକ୍ ଦେଇଥାଏ । ଏହି ମୁଦିକୁ ଆପଣ ୱେଷ୍ଟର୍ଣ୍ଣ ଓ ଇଣ୍ଡିଆନ୍ ଡ୍ରେସ ସହ ମଧ୍ୟ ପିନ୍ଧିପାରିବେ । ଫୁଲ୍ ଫିଙ୍ଗର ରିଙ୍ଗ୍ ପିନ୍ଧିଲେ ଅନ୍ୟ ଆଙ୍ଗୁଳିରେ  କୋଣସି ରିଙ୍ଗ୍  ପିନ୍ଧିବାର ଆବଶ୍ୟକତା ପଡେ ନାହିଁ । ଆପଣଙ୍କ ଆଙ୍ଗୁଠି ମୋଟା ହୋଇଥିଲେ ଫୁଲ୍  ଫିଙ୍ଗର ରିଙ୍ଗ୍ ଜମାରୁ ପିନ୍ଧନ୍ତୁ ନାହିଁ ବିଶେଷ ମାନି ନଥାଏ ।
ଚେନ୍ ଫିଙ୍ଗର ରିଙ୍ଗ୍- ସେହିଭଳି ଆପଣଙ୍କ ହାତ ପତଳା ଥିଲେ ଚେନ୍ ଫିଙ୍ଗର ରିଙ୍ଗ୍ ହାତକୁ ଭଲ ଲୁକ୍ ଦେଇଥାଏ । ଚେନ୍ ଫିଙ୍ଗର ରିଙ୍ଗ୍ ଗୋଟିଏରୁ ଅଧିକ ଆଙ୍ଗୁଳିରେ ପିନ୍ଧାଯାଇପାରିବ । ମୁଦିଗୁଡିକ ଚେନ୍ ସହାୟତାରେ ପରସ୍ପର ସହିତ ଯୋଡି ହୋଇରହିଥାଏ । ଏହାକୁ ଉତ୍ସବ ମାନଙ୍କରେ ପିନ୍ଧିଲେ ଅଧିକ ଷ୍ଟାଇଲିସ୍ ଲାଗିଥାନ୍ତି । ଏହା ଆପଣଙ୍କୁ ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ ।
କକ୍ଟେଲ୍ ଫିଙ୍ଗର ରିଙ୍ଗ୍- ଯଦି ଆପଣ କମ୍ ସମୟରେ ଫ୍ୟାଶନେବଲ୍ ଲୁକ୍ ପାଇବାକୁ ଚାହୁଁଛନ୍ତି ତେବେ ନିଜର ପାରମ୍ପରିକ ମୁଦି ପରିବର୍ତେ ଏହି କକ୍ଟେଲ୍  ରିଙ୍ଗ୍ ପିନ୍ଧନ୍ତୁ । ବଡ ଓ ବୋଲ୍ଡ ଲୁକ୍ର କକ୍ଟେଲ୍ ରିଙ୍ଗ୍ ସବୁବେଳେ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆପଣ ଚାହିଁଲେ ଏହାକୁ ୱେଷ୍ଟର୍ଣ୍ଣ ଆଉଟ୍ଫିଟ୍ ସହ ପିନ୍ଧି ଗର୍ଜିଅସ ଲୁକ୍ ପାଇପାରିବେ  । ଏହି କକ୍ଟେଲ୍ ରିଙ୍ଗ୍ ଲମ୍ବା ଓ ପତଳା ଝିଅ ମାନଙ୍କୁ ଅଧିକ ଭଲ ମାନିଥାଏ ।
ମିଡ୍ ଫିଙ୍ଗର ରିଙ୍ଗ୍- ଝିଅମାନେ ପାରମ୍ପରିକ୍ ଡିଜାଇନର ମୁଦିକୁ ଅନାମିକା ଆଙ୍ଗୁଠିରେ ପିନ୍ଧିବାକୁ ପସନ୍ଦ କରିଥାନ୍ତି  । ଏହାଛଡା ନେଲ୍ ଆର୍ଟ ରିଙ୍ଗକୁ ପ୍ରଥମ ଆଙ୍ଗୁଠିରେ ପିନ୍ଧାଯାଇଥାଏ । କିନ୍ତୁ ମିଡ୍ ଫିଙ୍ଗର ରିଙ୍ଗ୍କୁ ଠିକ୍ ମଝି ଆଙ୍ଗୁଳିର ମଧ୍ୟବର୍ତି ଅଂଶରେ ପିନ୍ଧାଯାଇଥାଏ । ମିଡ୍ ଫିଙ୍ଗର ରିଙ୍ଗ୍ ପିନ୍ଧି ଆପଣ ଏକ ଟ୍ରେଣ୍ଡି ଲୁକ୍ ପାଇପାରିବେ ।
ଫୋର୍ ଫିଙ୍ଗର ରିଙ୍ଗ୍- ଆପଣଙ୍କୁ ସବୁ ଆଙ୍ଗ୍ୁଳିରେ ମୁଦି ପିନ୍ଧିବାକୁ ଭଲ ଲାଗୁଥିଲେ ଅଲଗା ଅଲଗା ମୁଦି ପିନ୍ଧିବା ପରିବର୍ତ୍ତେ  ଫୋର୍ ଫିଙ୍ଗର ରିଙ୍ଗ୍କୁ ଟ୍ରାଏ କରିପାରିବେ । ଏହି ମୁଦି ପିନ୍ଧିବା ସମୟରେ ଅଲଗା ଅଲଗା ଦେଖାଯାଉଥିଲେ ମଧ୍ୟ ପରସ୍ପର ସହ ଯୋଡି ହୋଇ ରହିଥାଆନ୍ତି । ଏହାକୁ କିଛି ସ୍ପେଶାଲ ଦିନ ସହ ଅନ୍ୟ ଦିନ ମାନଙ୍କରେ ପିନ୍ଧିପାରିବେ ।
ନେଲ୍ ଆଟ୍ ରିଙ୍ଗ୍- ଆପଣଙ୍କ ପାଖରେ ନେଲ୍ ଆର୍ଟ କରିବା ପାଇଁ ସମୟ ନଥିଲେ ଏହି ନେଲ୍ ଆଟ୍ ରିଙ୍ଗ୍କୁ ଲଗାଇ ଷ୍ଟାଇଲିସ୍ ଦେଖାଯାଇ ପାରିବେ । ନଖ ଆରମ୍ଭରୁ ଏହି ରିଙ୍ଗ୍ଟିକୁ ପିନ୍ଧାଯାଇଥାଏ । ୱେଷ୍ଟର୍ଣ୍ଣ ୱେୟାର୍ ସହ ନିୟନ୍ କିମ୍ବା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଶେଡ୍ର ନେଲ୍ ଆର୍ଟ ପିନ୍ଧି ପାରିବେ । ଇଣ୍ଡିଆନ୍  ଆଉଟ୍ଫିଟ୍ ସହ ଜୁଏଲ୍ଡ ନେଲ୍ ଆର୍ଟ ରିଙ୍ଗ୍ ପିନ୍ଧି ଅଧିକ ସୁନ୍ଦର ଦିଶିବେ ।
 କଫ୍ ଫିଙ୍ଗର ରିଙ୍ଗ୍- ଆଜିକାଲି ଇୟର୍ କଫ୍ ଭଳି କଫ୍ ଫିଙ୍ଗର୍ ରିଙ୍ଗ୍ ମଧ୍ୟ ମିଳୁଛି । ବଜାରରେ ପ୍ଲେନ୍ କଫ୍ ସହ ଡିଜାଇନର କଫ୍ ରିଙ୍ଗ୍ ଉପଲବ୍ଧ । ଆପଣଙ୍କ ଆଙ୍ଗୁଳି ଲମ୍ବା ଥିଲେ ଚଉଡା କଫ୍ ରିଙ୍ଗ ପିନ୍ଧନ୍ତୁ । ଏହା ଆପଣଙ୍କ ଆଙ୍ଗୁଳିକୁ ଏକ ଆର୍କଷଣୀୟ ଲୁକ୍ ଦେବ ।