ଓଡିଆନ୍ ନ୍ୟୁଜ

209

କ୍ୟାମ୍ପ କୋର୍ଟରେ ୨୭୦ କଏଦୀଙ୍କୁ ଜାମିନ

Team Odian News |

କ୍ୟାମ୍ପ କୋର୍ଟରେ ୨୭୦ କଏଦୀଙ୍କୁ ଜାମିନ

ଭୁବନେଶ୍ୱର,୨୯/୧୦(ଓଡ଼ିଆନ୍ ନ୍ୟୁଜ୍) : ରାଜ୍ୟବାପୀ  ଚାଲିଥିବା ଓକିଲ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପକୋର୍ଟ ଆରମ୍ଭ ହୋଇଛି । ଆଜି କ୍ୟାମ୍ପ କୋର୍ଟରେ ୨୭୦ କଏଦୀଙ୍କୁ ଜାମିନ, କେନ୍ଦ୍ରାପଡ଼ା ଜେଲ୍‌ର ସର୍ବାଧିକ ୧୫୭ କଏଦୀଙ୍କୁ ଜାମିନ, ଚୌଦ୍ବାର ଜେଲର ୫୬ ଜଣ କଏଦୀଙ୍କୁ ଜାମିନ, ସୋରରେ ୪, କରଞ୍ଜିଆରେ ୨୯, ବଡ଼ବିଲରେ ୯ ମୁକ୍ତ, ରାଇରଙ୍ଗପୁରରେ ୭, ଜଗତସିଂହପୁରରେ ୮ କଏଦୀ ମୁକ୍ତ, ଆନନ୍ଦପୁରରେ ୪ ଓ ଚମ୍ପୁଆରେ ୪ କଏଦୀଙ୍କୁ ମିଳିଲା ଜାମିନି  ମିଳିଛି । ସମ୍ବଲପୁର ମଣ୍ଡଳ କାରାଗାରରେ କ୍ୟାମ୍ପ କୋର୍ଟରେ  ଜିଲ୍ଲା ଦୌରାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନେ ଉପସ୍ଥିତଥିଲେ ।  ମଣ୍ଡଳ କାରାଗାରରେ ୫୪୩ ଜଣଙ୍କ ସ୍ଥାନରେ ଅଛନ୍ତି ୧୦୬୮ କଏଦୀ ।  କୋର୍ଟ ବନ୍ଦ ଥିବାରୁ ନିଷ୍ପତ୍ତି ହୋଇପାରୁନଥିଲା, ଆଜି ଜାମିନ ମାମଲାର  ଶୁଣାଣି ହୋଇଛି ।