ଓଡିଆନ୍ ନ୍ୟୁଜ

146

୨୦୧୮ ପୂର୍ବରୁ ସମସ୍ତ ସିମ୍ ସହ ହେବ ଆଧାରର ସଂଯୋଗ

Team Odian News |

୨୦୧୮ ପୂର୍ବରୁ ସମସ୍ତ ସିମ୍ ସହ ହେବ ଆଧାରର ସଂଯୋଗ
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ିମ୍ କାର୍ଡ଼କୁ ଆଧାର ସହ ଯୋଡ଼ିବା ପାଇଁ ସରକାରଙ୍କ ତରଫରୁ ବହୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ  ଅନେକ ଏପର୍ଯ୍ୟନ୍ତ ନିଜ ସିମକୁ ଆଧାର ସହ ସଞ୍ଜୋଗ କରି ନାହାନ୍ତି । ହେଲେ ଏବେ କେନ୍ଦ୍ରସରକାରଙ୍କ ପକ୍ଷରୁ କଡ଼ାକଡ଼ିଭାବେ ଏହି ଆଇନ ପାଳନପାଇଁ  ବିଜ୍ଞପ୍ତି ପ୍ରକାଶ କରାଯାଇଛି ।  ଯେଉଁଥିରେ କୁହାଯାଇଛି  ଯେ ୨୦୧୮ ପୂର୍ବରୁ  ଯେଉଁ ସିମ୍ ଗୁଡ଼କ ଆଧାର ସହ  ସଞ୍ଜୋଗ  ହୋଇନଥିବ ତେବେ ସେଗୁଡ଼ିକ  କାମକରି ନପାରେ । ମୋବାଇଲ ଫୋନରେ ବ୍ୟବହୃତ ବେନାମି ସିମ୍ କିଣାକୁ ରୋକିବା ପାଇଁ ଲୋକନ ିତି ଫାଉଣ୍ଡେସନ ପକ୍ଷରୁ ଏହାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତେକ୍ଷେପ ଲୋଡ଼ାଯାଇଥିଲା  । ଏହି ଘଟଣାର ବିଚାର କରି  ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ କରି ସିମ୍ କୁ  ଆଧାର ଲିଙ୍କ କରାଯାଉ ।  ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଦୋଶ ଲୋକଙ୍କ ନାମରେ ସିମ୍ ନେଇ ଆତଙ୍କବାଦି ଚଲାଉଛନ୍ତି ଏହାକୁ ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଟେଲିକମ୍ ସଂସ୍ଥାମାନଙ୍କୁ ଇମେଲ ଦ୍ୱାରା ଲେଖାଦ୍ୱାରା ଓ ବିଜ୍ଞାପନ ଦ୍ୱାରା  ଏହି ଖବର ଜନସାଧାରଣଙ୍କ ପାଖରେ ପହଁଚାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ପୂର୍ବତନ ମୁଖ୍ୟ ବିଚାର ପତି ଜେ.ଏସ୍.ଖେହାର ଓ ଏନ୍.ବି ରମଣଙ୍କୁ ନେଇ ତିଆରି ଖଣ୍ଡପିଠ କହିଛନ୍ତି ଯେ ପ୍ରିପାଡ଼ ମୋବାଇଲ ବ୍ୟବହାର କରୁଥିବା ଲୋକଙ୍କ ସତ୍ୟାସତ୍ୟତା ଗୋଟିଏ ବର୍ଷଭିତରେ ମିଳିଯିବା ଦରକାର ।