ଓଡିଆନ୍ ନ୍ୟୁଜ

178

ଲୋକାର୍ପଣ ହେଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି

Team Odian News |

ଲୋକାର୍ପଣ ହେଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନୂଆଦିଲ୍ଲୀ,୩୧/୧୦(ଓଡ଼ିଆନ୍ ନ୍ୟୁଜ୍): ଅଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଲୋକର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହି ପ୍ରତିମୂର୍ତ୍ତି ଉଦଘାଟନ କରିଛନ୍ତି। ଏହା ପୃଥିବୀର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଗୁଜୁରାଟର ଅହମ୍ମଦାବାଦ୍‌ ଠାରୁ ୨୦୦ କିମି ଦୂରରେ ନିର୍ମିତ ହୋଇଛି। ଏହା୧୮୨ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଠାରୁ ଉଚ୍ଚତାରେ ପ୍ରାୟ ୨ ଗୁଣ ବଡ଼। ଏହି ପ୍ରତିମୂର୍ତ୍ତି ୫,୭୦୦ ଟନ୍‌ ଷ୍ଟିଲ୍‌ ୨୨,୫୦୦ ଟନ୍‌ ସିମେଣ୍ଟ୍‌ ୧୮,୫୦୦ ଟନ୍‌ ଲୁହା ଛଡ଼ ୧୮.୫ ଲକ୍ଷ କିଲୋ କାଂସ୍ୟରେ ନିର୍ମତ ହେଇଥିବାବେଳେ ଏଥିପାଇଁ ପ୍ରାୟ ୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୩,୪୦୦ ଜଣ ୨୪ ଘଣ୍ଟା ଧରି କାମ କରିଛନ୍ତି।ପ୍ରତିମୂର୍ତ୍ତି ଉପରକୁ ଲିଫ୍ଟ ସାହାଯ୍ୟରେ ୧୫୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଯାଇପାରିବେ ଦର୍ଶକ ଏକାଥରେ ୨୦୦ ଜଣ ପର୍ଯ୍ୟଟକ ଗ୍ୟାଲେରିକୁ ଯାଇପାରିବେ।ପ୍ରତିଦିନ ୧୫,୦୦୦ ହଜାର ପର୍ଯ୍ୟଟକ ଆସିବାର ଆଶା କରାଯାଉଛି।୨୦୧୦ରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିର୍ମାଣର ଯୋଜନା କରିଥିଲେ।ନର୍ମଦା ନଦୀତଟରେ ସାଧୁ ବେଟ୍‌ ଟାପୁରେ ଏହି ପ୍ରତିମା ତିଆରି କରାଯାଇଛି । କୃଷକଙ୍କ ଠାରୁ ପ୍ରାୟ ୭୦୦ ଟନ୍‌ ଲୁହା ଓ ୩ ଲକ୍ଷ ଟନ ମାଟିର ନମୁନା ନେଇ ତିଆରି ହୋଇଛି ଏହି ମୂର୍ତ୍ତି।