ଓଡିଆନ୍ ନ୍ୟୁଜ

146

ଚକଡ଼ା ନେଲା ପୁଣି ଜଣେ ଚାଷୀଙ୍କ ଜୀବନ !

Team Odian News |

ଚକଡ଼ା ନେଲା ପୁଣି ଜଣେ ଚାଷୀଙ୍କ ଜୀବନ ! ଅତାବିରା,୩୧/୧୦(ଓଡ଼ିଆନ୍ ନ୍ୟୁଜ୍): ଗତ ବର୍ଷ ଭଳି ଚଳିତ ବର୍ଷ ଚକଡ଼ା ଏବଂ ଅଦିନିଆ ଝଡ଼ବର୍ଷା ବରଗଡ଼ ଜିଲ୍ଳାର ଚାଷୀଙ୍କୁ ଦୋହଲାଇ ଦେଇଛି। ଚକଡା ପୋକ ପାଇଁ ପୁଣି ଜଣେ ଚାଷୀ ହତାଶ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଅତାବିରା ବ୍ଲକ ମନାପଡ଼ା ପଞ୍ଚାୟତ ଲୁରୁପାଲି ଗାଁର ଅଶୋକ ମେହେର । ସେ ଗତ ମଙ୍ଗଳବାର ସଂଧ୍ୟାରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା। ମାତ୍ର ଆଜି ଦିନ ୧୧ଟାରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଅଶୋକ ନିଜର ଅଢ଼େଇ ଏକର ଜମି ସମେତ ୫ଏକର ଜମିରେ ଭାଗ ଚାଷ କରିଥିଲେ। ମାତ୍ର ଚକଡ଼ା ମାଡ଼ି ଯିବାରୁ ସେ ଚିନ୍ତାଗ୍ରସ୍ତ ରହୁଥିଲେ ବୋଲି ପତ୍ନୀ ପୂର୍ଣ୍ଣବାସୀ କହିଛନ୍ତି।