ଓଡିଆନ୍ ନ୍ୟୁଜ

179

ପୁରିଲା କଣ୍ଟ: କାଲିଠୁ କଡାକଡା ହେବ ପ୍ଲାଷ୍ଟିକ ବ୍ୟାନ୍

Team Odian News |

ପୁରିଲା କଣ୍ଟ: କାଲିଠୁ କଡାକଡା ହେବ ପ୍ଲାଷ୍ଟିକ ବ୍ୟାନ୍ ଭୁବନେଶ୍ୱର,୩୧/୧୦(ଓଡ଼ିଆନ୍ ନ୍ୟୁଜ୍): ଗାନ୍ଧି ଜୟନ୍ତୀଠାରୁ ପ୍ଲାଷ୍ଟିକ ବ୍ୟାନ୍ ପାଇଁ ଦିଆଯାଇଥିବା ସମୟସୀମା ଆଜି ଶେଷ ହୋଇଛି । ଏଣିକି କଡାକଡା ହେବ ପ୍ଲାଷ୍ଟିକ ବ୍ୟାନ୍ ନିୟମ । ଯଦି ଆସନ୍ତାକାଲି ଠାରୁ କେହି ପଲିଥିନ୍ ବା ପ୍ଲାଷ୍ଟିକ ବ୍ୟବହାର କରନ୍ତି, ତେବେ ତାଙ୍କୁ ଦଣ୍ଡିତ ହେବାକୁ ପଡିବ । ପ୍ଲାଷ୍ଟିକ ବ୍ୟାନ ପାଇଁ ଦିଆଯାଇଥିବା ୧ ମାସର ସମୟସୀମା ଆଜି ଶେଷ ହୋଇଯାଇଛି, କାଲି ଠାରୁ ପଲିଥିନ୍ ବ୍ୟବହାର ଉପରେ ଲଗାମ ଲାଗିବ । ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ପଲିଥିନ ବ୍ୟାନ ଲାଗି କଣ୍ଟ ପୁରିବା ପରେ ପଲିଥିନ ବିକ୍ରି କଲେ ସଂପୃକ୍ତ ଦୋକାନୀ ଓ କମ୍ପାନୀ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବେଶ ସଚିବ । ଛୋଟ ଛୋଟ ଦୋକାନୀ ପଲିଥିନ୍ ବ୍ୟବହାର କଲେ ସେମାନଙ୍କ ଉପରେ ୩, ୫ କିମ୍ବା ୭ ହଜାର ଟଙ୍କାର ଫାଇନ ଲାଗିବ । ଆଉ ସବୁଠାରୁ ବଡ କଥା ହେଉଛି ପଲିଥିନ୍ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆସିଲେ, ମ୍ୟୁନିସିପାଲଟି କିମ୍ବା ଅର୍ବାନ ଡେଭଲପମେଣ୍ଟ ଚଢାଉ କରିପାରିବେ ।