ଓଡିଆନ୍ ନ୍ୟୁଜ

168

ପୈତୃକ ଗାଁରେ ଅଚ୍ୟୁତାନନ୍ଦଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ

Team Odian News |

ପୈତୃକ ଗାଁରେ ଅଚ୍ୟୁତାନନ୍ଦଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ବଲାଙ୍ଗିର,୩୧/୧୦(ଓଡ଼ିଆନ୍ ନ୍ୟୁଜ୍):ଗତକଲି ଖବର ସଂଗ୍ରହ ସମୟରେ ନକ୍ସଲ ହମଲାରେ ପ୍ରାଣ ହରାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କର ଶେଷ କୃତ୍ୟ ପୈତୃକ ଗାଁ ବଲାଙ୍ଗୀରର ଲୋଇସିଂହା ଘୁଷରମୁଣ୍ଡାରେ ସମ୍ପର୍ଣ୍ଣ ହେଇଛି। ଆଜି ଅଚ୍ୟୁତାନନ୍ଦଙ୍କ ମରଶରୀର ଗାଁରେ ପହଁଚିବା ପରେ ଅମର ରହେ ଅଚ୍ୟୁତ ଧ୍ୱନିରେ କମ୍ପିଥିଲା ଜନ୍ମମାଟି। ବଲାଙ୍ଗିର ଲୋଇସିଂହା ଅଂଚଳର ଘୁଷରମୁଣ୍ଡା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଏହି ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା । ମାଓବାଦୀଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି।