ଓଡିଆନ୍ ନ୍ୟୁଜ

153

ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

Team Odian News |

 ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

 ଥିରୁବନ୍ତପୁରମ,୧/୧୧(ଓଡ଼ିଆନ୍ ନ୍ୟୁଜ୍): ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆକୁ ୯ ୱିକେଟରେ ଜିତିବା ସହ ସିରିଜ ହାତେଇଛି ଟିମ୍ ଇଣ୍ଡିଆ । ରୋହିତଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ବଳରେ ବିଜୟ ସହଜ ହେବା ସହ ସିରିଜ ହାତେଇଛି ଭାରତ । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୩ଟିରେ ବିଜୟୀ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ଗୋଟିଏ ମ୍ୟାଚ ଜିତିଥିଲା । ଗୋଟିଏ ମ୍ୟାଚ ଡ୍ର ରହିଥିଲା । ଥିରୁବନ୍ତପୁରମରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ ଟିମ । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଚିତ ମାରିଥିଲା କାରବିଆନ ଟିମ୍ । ମାତ୍ର ୧୦୪ରେ ପୂରା ଟିମ ପ୍ୟାଭିଲିୟନ ଫେରିଥିଲା ।  ୱେଷ୍ଟଇଣ୍ଡିଜ ପାଇଁ ଘାତକ ସାଜଥିଲ ରବୀନ୍ଦ୍ର ଜାଡେଜା । ୪ଟି ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର । ୧୦୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ହିଟମ୍ୟାନ ରୋହିତଙ୍କ ଦମଦାର  ଅର୍ଦ୍ଧଶତକ ବଳରେ ୯ ୱିକେଟରେ ସହଜ ବିଜୟ ହାସଲ କରିଥିଲା । ସେହିଭଳି ଅଧିନାୟକ କୋହଲି ମଧ୍ୟ ୩୩ ରନର ଇନିଂସ ଖେଳିବା ସହ ଭାରତକୁ ଦେଇଥିଲେ ଦମଦାର ବିଜୟ ।