ଓଡିଆନ୍ ନ୍ୟୁଜ

160

ଝାଡୁ ରଖିବେ କେମିତି

Team Odian News |

ଝାଡୁ ରଖିବେ କେମିତି

 
ଝାଡୁ ସାଧାରଣତଃ ସଫାସଫି ପାଇଁ ଘରମାନଙ୍କରେ ବ୍ୟବହୃତ ହୋଇଥାଏ ।  ହେଲେ ଅନେକ ସମୟରେ ଏହାକୁ କୁଦି ଦେଲେ, ଦେହରେ ବାଜିଗଲେ ଘରର ପୁରୁଖା ମହିଳାମାନେ ବା ମା’ମାନେ ଆକଟ କରିଥାନ୍ତି । ଜାଣନ୍ତିକି କ’ଣ ପାଇଁ ଏମିତି କୁହନ୍ତି ସେମାନେ । ତେବେ ଜାଣନ୍ତୁ ଝାଡ଼ୁର ବ୍ୟବହାରକୁ  ନେଇ ଥିବା ମାନ୍ୟତା ଓ ନିୟମ ବିଷୟରେ ...
 
ହିନ୍ଦୁ ଘରେ ଝାଡୁକୁ ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଇଥାଏ । ସଫା ରହୁଥିବା ଘରେ ଲକ୍ଷ୍ମୀ ବାସକରୁଥିବା ବେଳେ ଅପରିଷ୍କାର ଘର ଲକ୍ଷ୍ମୀ ମାଡ଼ନ୍ତି ନାହିଁ ତେଣୁ ସେହି ଘରେ ଦାରିଦ୍ରତା ଲାଗି ରହେ । ଏହା ଲକ୍ଷ୍ମୀ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ।
• ସକାଳୁ ଝାଡ଼ୁ କରିବା ଅତ୍ୟନ୍ତୁ ଶୁଭ ହୋଇଥାଏ । ଏହାସହ ଝାଡ଼ୁ କରିବା ପରେ ତାହାକୁ ଖୋଲାସ୍ଥାନରେ ନରଖି ଲୁଚାଇଲା ଭଳି ରଖନ୍ତୁ । ଯଦିସ୍ମ୍ବ ଘରର କୌଣସି ଏକ କୋଠରିର ପଶ୍ଚିମ ଦିଗରେ ରଖନ୍ତୁ ।
• ରୋଶେଇ ଘରେ ଝାଡୁ ରଖନ୍ତୁ ନାହିଁ, ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ।
• ରାତି ସମୟରେ ଘରର ଦ୍ୱାର ପାଖରେ ଝାଡ଼ୁ ରଖନ୍ତୁ, ଏହାଦ୍ୱାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ । ଏହି ଭଳି କେବଳ ରାତିରେ କରିବେ ଦିନ ସମୟରେ ନୁହେଁ । ଦିନରେ କଲେ ଓଲଟା ପ୍ରଭାବ ପଡ଼ିଥାଏ ।
• ଶନିବାର ଦିନ ଘରକୁ ବ୍ୟବହାର ହେଉଥିବା ଝାଡ଼ୁ ଆଣନ୍ତୁ ନାହିଁ ଏହାଦ୍ୱାରା ଶନିଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଏ ।
• ସେହିଭଳି ସୂର୍ଯ୍ୟାସ୍ତ ପରେ ଝାଡ଼ୁ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆମେ ସଫାସଫି ସହ ମା ଲକ୍ଷ୍ମୀକୁ ବାହାରକରି ଦେଉଥିବାର ମାନ୍ୟତା ରହିଛି । ଝାଡ଼ୁକରିବାର ଉପଯୁକ୍ତ ସମୟ ଦିନର ଚତୁର୍ଥ ପହରକୁ ମାନାଯାଇଥାଏ ।
• ଝାଡ଼ୁକୁ ଗୋଇଠା ମାରିବା ବା କୁଦିବା ଦ୍ୱାରା ଲକ୍ଷ୍ମୀ କୋପ କରିବା ସହ ଘରକୁ ଅଲକ୍ଷ୍ମୀ ଚାଲି ଆସନ୍ତି, ଯାହାଫଳରେ ପରିବାରରେ ସର୍ବଦା ଦାରିଦ୍ରତା ଓ ଅଶାନ୍ତି ଲାଗି ରହେ ।
• ଝାଡ଼ୁରେ ପଶୁ ବା ପିଲାଙ୍କୁ ମାରନ୍ତୁ ନାହିଁ ଏହାଦ୍ୱାରା ପରିବାରରେ କଳହ ଲାଗିବା ସହ ଅଶାନ୍ତି ବଢେ ।
• ପରିବାର ସଦସ୍ୟ ବାହରକୁ ଯିବା ସମୟରେ ବା ସେହି ସଙ୍ଗେ ସଙ୍ଗେ ଝାଡ଼ୁ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ସେ ଯାଇଥିବା କାମରେ ବାଧା ଆସିବା ସହ ଅସଫଳତା ହାସଲ ହୋଇଥାଏ ।
• ଝାଡ଼ୁକୁ ଠିଆକରି ରଖନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶତ୍ରୁତା ବଢେ ବୋଲି ବିଶ୍ୱାସ କରାଯାଏ ।
• ସେହି ଭଳି ଯଦି ଆପଣ ଘର ପରିବର୍ତ୍ତନ କରୁଛନ୍ତି ତେବେ ପୁରୁଣା ଘରର ଝାଡ଼ୁ ନୂଆଘରକୁ ନିଅନ୍ତୁ ନାହିଁ । ଏହାଦ୍ୱାରା ପୁରୁଣା ଘରର ଅଶୁଭ ଶକ୍ତି ନୂଆଘରକୁ ନେଉଛନ୍ତି ।
• ଝାଡ଼ୁ ଦେହରେ ବଜାନ୍ତୁ ନାହିଁ ଏହାଦ୍ୱାରା ବ୍ୟକ୍ତି ରୋଗା କ୍ରାନ୍ତ ହେବା ସହ ଓଜନ  ହ୍ରାସ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
• ଘରେ ଛିଣ୍ଡା ବା ଭଙ୍ଗା ଝାଡ଼ୁ ବ୍ୟ ବହାର କରନ୍ତୁ ନାହିଁ,  ଅବା ଝାଡ଼ୁକୁ ଜଳାନ୍ତୁ ନାହିଁ । ଏହାଦ୍ୱାରା ଲକ୍ଷ୍ମୀ କୋପ କରିବା ସହ ଅଧିକ ଖର୍ଚ୍ଚାନ୍ତ ଓ ଦାରିଦ୍ରତା ଲାଗି ରହିଥାଏ
• ଏହାସହ ଘରେ ନୂଆ ଝାଡ଼ୁ ବ୍ୟବହାର ପ୍ରଥମେ ଶନିବାରରେ କରନ୍ତୁ ଏହା ଅତ୍ୟନ୍ତ ଶୁଭ ମନାଯାଇଥାଏ । ଝାଡ଼ୁ ମଙ୍ଗଳବାର,ଶନିବାର ଓ ରବିବାର କିଣବା ଶୁଭ ହୋଇଥାଏ ।